ବଦ୍ରିନାଥ ଶଙ୍କରାଚାର୍ଯ୍ୟଙ୍କ ସାଂଘାତିକ ବୟାନ ; କହିଲେ ତିରୁପତିଙ୍କ ଭୋଗରେ ନକଲି ଘିଅ ବ୍ୟବହାର କରି ଧର୍ମାନ୍ତରୀକରଣ ପାଇଁ ଚାଲିଥିଲା ଯୋଜନା ।

Advertisment

ବଦ୍ରିନାଥ ଧାମ ଶଙ୍କରାଚାର୍ଯ୍ୟଙ୍କ ବିବାଦୀୟ ବୟାନ । କହିଲେ, ତିରୁପତି ମନ୍ଦିର ଭୋଗରେ ନକଲି ଘିଅ ବ୍ୟବହାର କରି ଧର୍ମାନ୍ତରୀକରଣ ପାଇଁ ଚାଲିଥିଲା ଯୋଜନା । ସମ୍ବଲପୁର ଗସ୍ତ ବେଳେ ଗଣମାଧ୍ୟମକୁ କହିଲେ ଶଙ୍କରାଚାର୍ଯ୍ୟ 

ବଦ୍ରିନାଥ ଧାମ ଶଙ୍କରାଚାର୍ଯ୍ୟଙ୍କ ବିବାଦୀୟ ବୟାନ । କହିଲେ, ତିରୁପତି ମନ୍ଦିର ଭୋଗରେ ନକଲି ଘିଅ ବ୍ୟବହାର କରି ଧର୍ମାନ୍ତରୀକରଣ ପାଇଁ ଚାଲିଥିଲା ଯୋଜନା । ସମ୍ବଲପୁର ଗସ୍ତ ବେଳେ ଗଣମାଧ୍ୟମକୁ କହିଲେ ଶଙ୍କରାଚାର୍ଯ୍ୟ 

14sankaracharaya

କନକ ବ୍ୟୁରୋ: ତିରୁପତି ମନ୍ଦିର ଭୋଗରେ ନକଲି ଘିଅ ବ୍ୟବହାର କରି ଧର୍ମାନ୍ତରୀକରଣ ପାଇଁ ଚାଲିଥିଲା ଯୋଜନା । ଏଭଳି ବିବାଦୀୟ ବୟାନ ଦେଇଛନ୍ତି ବଦ୍ରିନାଥ ଧାମର ଶଙ୍କରାଚାର୍ଯ୍ୟ । ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ବଦ୍ରିନାଥ ଶଙ୍କରାଚାର୍ଯ୍ୟ ଏହି ମତ ରଖିଛନ୍ତି। ଏଥିସହ ଗୋମାତାକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ଗୋମାତାଙ୍କୁ ରାଜ୍ୟ ମାତାର ମାନ୍ୟତା ଦିଆଯାଉ । ଯେଉଁ ରାଜନୈତିକ ଦଳ ଗୋମାତାକୁ ରାଜ୍ୟ ମାତାର ମାନ୍ୟତା ଦେବେ, ସେହି ଦଳକୁ ଭୋଟ୍ ଦେବା କଥା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ମହାରାଷ୍ଟ୍ର ସରକାର ଗାଈକୁ ରାଜ୍ୟ ମାତାର ମାନ୍ୟତା ଦେଇସାରିଛନ୍ତି । ଅନ୍ୟ ରାଜ୍ୟ ସରକାର ମଧ୍ୟ ଦିଅନ୍ତୁ ବୋଲି କହିଛନ୍ତି ବଦ୍ରିନାଥ ଧାମ ଶଙ୍କରାଚାର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe