ବିଜେଡିର କୁହାଳିଆ ତୁଣ୍ଡକୁ ଚୁପ୍ କରିଦେଲେ ବଦ୍ରି: ‘କ୍ଷମତା ଦଖଲର ସ୍ୱପ୍ନ ଦେଖୁଥିବା ନେତାଙ୍କର ହେଲାଣି ମତିବିଭ୍ରାଟ’

Advertisment

ପାଣି ବିନା ମାଛ ଯେମିତି ଛଟପଟ ହୁଏ। କ୍ଷମତା ବିନା ବିଜେଡି ନେତା ଛଟପଟ ହେଉଛନ୍ତି। ନିକଟରେ ବିଜେଡି ନେତାଙ୍କ ବୟାନ ସେ ଦିଗକୁ ଇଙ୍ଗିତ କରୁଥିଲା। କିନ୍ତୁ ବାସ୍ତବତାର କଥା କହି ସରକାର ଗଢିବାକୁ ସ୍ୱପ୍ନ ଦେଖୁଥିବା ଦଳୀୟ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଭେଟରାନ ବଦ୍ରି ନାରାୟଣ ପାତ୍ର। 

ପାଣି ବିନା ମାଛ ଯେମିତି ଛଟପଟ ହୁଏ। କ୍ଷମତା ବିନା ବିଜେଡି ନେତା ଛଟପଟ ହେଉଛନ୍ତି। ନିକଟରେ ବିଜେଡି ନେତାଙ୍କ ବୟାନ ସେ ଦିଗକୁ ଇଙ୍ଗିତ କରୁଥିଲା। କିନ୍ତୁ ବାସ୍ତବତାର କଥା କହି ସରକାର ଗଢିବାକୁ ସ୍ୱପ୍ନ ଦେଖୁଥିବା ଦଳୀୟ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଭେଟରାନ ବଦ୍ରି ନାରାୟଣ ପାତ୍ର। 

FERFE

କନକ ବ୍ୟୁରୋ: ପାଣି ବିନା ମାଛ ଯେମିତି ଛଟପଟ ହୁଏ। କ୍ଷମତା ବିନା ବିଜେଡି ନେତା ଛଟପଟ ହେଉଛନ୍ତି। ନିକଟରେ ବିଜେଡି ନେତାଙ୍କ ବୟାନ ସେ ଦିଗକୁ ଇଙ୍ଗିତ କରୁଥିଲା। କିନ୍ତୁ ବାସ୍ତବତାର କଥା କହି ସରକାର ଗଢିବାକୁ ସ୍ୱପ୍ନ ଦେଖୁଥିବା ଦଳୀୟ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଭେଟରାନ ବଦ୍ରି ନାରାୟଣ ପାତ୍ର। 

ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସଂଖ୍ୟା ନଥାଇ ବିଜେଡି ନେତା ଦେଖୁଥିବା ଏଭଳି ଦିବାସ୍ୱପ୍ନକୁ ଧୂଳିସାତ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ବୁଲେଇ ବଙ୍କେଇ ନୁହେଁ ବରଂ ସିଧା ସିଧା କହିଛନ୍ତି, ବିଜେଡି ପୁଣିଥରେ ସରକାରକୁ ଫେରିବ ଏହା ଅବାସ୍ତବ କଥା । ବିଜେଡି ନେତା କ୍ଷମତା ଦଖଲ ନେଇ ଯେଉଁ କଥା କହୁଛନ୍ତି ତାହାର ଯଥାର୍ଥତା ନାହିଁ । ପାଦେ ଆଗକୁ ବଢି କଂଗ୍ରେସ ସହ ମେଣ୍ଟ ପ୍ରସଙ୍ଗକୁ ନେଇ ମାରିଛନ୍ତି ତେରଛା ବାଣ। ଅବାସ୍ତବ କଥା କହିବାକୁ ନବୀନ ବାବୁ କାହାକୁ ପ୍ରାଧିକୃତ କରିଛନ୍ତି କି ନାହିଁ ତାହା ଜାଣିନି । ବିଜେପିଠାରୁ ସମଦୂରତା ଓ କଂଗ୍ରେସ ସହ କେବେ ନଥିଲା ବିଜେଡି । ଯେଉଁମାନେ ଏଭଳି ଦାବି ରଖିଛନ୍ତି ସେମାନଙ୍କର ମତି ବିଭ୍ରାଟ ହେଲାଣି । 

ସଂଖ୍ୟା ନଥାଇ ମଧ୍ୟ ସରକାରକୁ ଫେରିବା ନେଇ ପୂର୍ବରୁ ଅନେକ ଅଙ୍କ କଷିଛନ୍ତି ବିଜେଡିର ତୁଙ୍ଗ ନେତା । ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ଅମର ପଟ୍ଟନାୟକ ଯୋଡତୋଡ ରାଜନୀତି ସହ ବିଜେଡି କ୍ଷମତାକୁ ଫେରିବ ବୋଲି ଦମ୍ଭ ଦେଖାଉଥିଲେ । କିନ୍ତୁ ବ୍ରଦିଙ୍କ ବୟାନ ଏଥିରେ ବ୍ରେକ ଲଗାଇଛି। ଦଳର ବରିଷ୍ଠ ବିଧାୟକ ବ୍ରଦି ମାରିଥିବା ବାଣ ବିଜେପିକୁ ବେଶ ସୁହାଇଛି। ବିଜେଡିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ବଦ୍ରି ଭଲ ଭାବେ ଜାଣିଛନ୍ତି। ଖୁବ କମ ଦିନରେ ବିଜେଡି ଶେଷ ହୋଇଯିବ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ। 

୨ ମାସ ଧରି ଚାଲିଥିବା ବୟାନବାଜିରୁ ଜଣାପଡୁଛି, ବିଜେଡି ଏବେ ୨ଟି ଗୋଷ୍ଠୀରେ ବିଭକ୍ତ। କିଏ ଦିବାସ୍ବପ୍ନରେ ଭାସି ପ୍ରହେଳିକା ସୃଷ୍ଟି କରୁଛି ତ ପୁଣି କିଏ ମଞ୍ଜ କଥା କହି ବିଜେଡିର ମୁଣ୍ଡବିନ୍ଧା କରାଉଛି। କିନ୍ତୁ ସବୁ ଦେଖି ମଧ୍ୟ ନବୀନ ନୀରବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe