କନକ ବ୍ୟୁରୋ:କେନ୍ଦୁଝରରେ ବେଆଇନ୍ ଖଣି କାରବାରର ମାଷ୍ଟର ମାଇଣ୍ଡ୍ ରାଜା ଚକ୍ର ପଛରେ ରହିଛି ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ହାତ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର ଏହି ସୂଚନା ଦେଇଛନ୍ତି । ରାଜା ଚକ୍ର ବାବଦରେ ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚ EOW ହାଜର ହୋଇଛନ୍ତି ଘଷିପୁରା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର । ମାମୁଁ ଭଣଜା ମିଶି ଗନ୍ଧମାର୍ଦ୍ଦନ ଖାଇ ଖୋଳ କରି ଦେଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅନେକ ତଥ୍ୟ ଦେଲା ପରେ ବି ତତ୍କାଳୀନ ସରକାର ଚୁପ୍‌ ଥିଲେ ।

Advertisment

୨୦୨୦ ମସିହାରେ ତତ୍କାଳୀନ ପୋଲିସ ଡିଜିଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପୃଥ୍ୱୀରାଜ କୁଅଁର । ଏବେ ପୁଣିଥରେ କ୍ରାଇମବ୍ରାଞ୍ଚ EOW ଏସପିଙ୍କୁ ଚିଠି ଲେଖି ବଦ୍ରି ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବେ ଜେଲରେ ଅଛନ୍ତି ଯୁବ ବିଜେଡି ନେତା ରାଜା ଚକ୍ର ।