ବିଜେଡି ସରକାରକୁ ଫେରିବା ପ୍ରସଙ୍ଗରେ ବଦ୍ରି ପାତ୍ରଙ୍କ ବୟାନ । କହିଲେ, ବିଜେପିକୁ ମିଳିଛି ବହୁମତ, କଂଗ୍ରେସ ସହ ବିଜେଡି ମିଶି ସରକାର କରିବା ଅବାସ୍ତବ କଥା

Advertisment
HYTHFHFHFTC

କନକ ବ୍ୟୁରୋ : ବିଜେଡି ସରକାରକୁ ଫେରିବା ନେଇ ବୟାନବାଜି ରଖୁଥିବା ନେତାଙ୍କୁ ବଦ୍ରି ପାତ୍ରଙ୍କ ଜବାବ। ବଦ୍ରି ପାତ୍ର କହିଛନ୍ତି, ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ।  ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି । ତାପରେ ବିଜେଡି-କଂଗ୍ରେସ ସହିତ ମିଶି ସରକାର କରିବ କହିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ସେ ଜାଣନ୍ତି ନାହିଁ । ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ଜାଣିନାହାନ୍ତି ବୋଲି କହିଛନ୍ତି ବଦ୍ରିପାତ୍ର । କଂଗ୍ରେସ ସହିତ କେବେ ବିଜେଡି ନଥିଲା। ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି। ଏହା ଫଳରେ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି କହିଛନ୍ତି ବଦ୍ରି ପାତ୍ର। ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ,  ମୁନା ଖାଁ, ଅତନୁ ସବ୍ୟସାଚ୍ଚୀ ନାୟକ, ଅମର ପଟ୍ଟନାୟକ ପୁଣି ସରକାରକୁ ଫେରିବା ନେଇ ବିଭିନ୍ନ ସଭାରେ ବୟାନ ରଖିଥିଲେ। । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe