ଆଜିଠୁ ପ୍ୟାରିସରେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ : ଭାଗ ନେଉଛନ୍ତି ଦୁଇ ଓଡ଼ିଆ ଭଉଣୀ

Advertisment

କଟକର କନ୍ଦରପୁରଠାରେ ପିତା ରାମଚନ୍ଦ୍ର ପଣ୍ଡା ସ୍ଥାପନ କରିଥିବା ନିଜସ୍ବ ବ୍ୟାଡମିଣ୍ଟନ ଭିତ୍ତିଭୂମିରେ ଅଭ୍ୟାସ କରି ବିଶ୍ବର ଶ୍ରେଷ୍ଠ ୫୦ ମହିଳା ଯୋଡ଼ି ମଧ୍ୟରେ ରହିବାର ଅନନ୍ୟ ସଫଳତା ଲାଭ କରିଛନ୍ତି ।

କଟକର କନ୍ଦରପୁରଠାରେ ପିତା ରାମଚନ୍ଦ୍ର ପଣ୍ଡା ସ୍ଥାପନ କରିଥିବା ନିଜସ୍ବ ବ୍ୟାଡମିଣ୍ଟନ ଭିତ୍ତିଭୂମିରେ ଅଭ୍ୟାସ କରି ବିଶ୍ବର ଶ୍ରେଷ୍ଠ ୫୦ ମହିଳା ଯୋଡ଼ି ମଧ୍ୟରେ ରହିବାର ଅନନ୍ୟ ସଫଳତା ଲାଭ କରିଛନ୍ତି ।

2 sister

2 sister Photograph: (KanakNews)

କନକ ବ୍ୟୁରୋ :  ଆଜିଠୁ ପ୍ୟାରିସରେ ଖେଳାଯିବ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ । ପ୍ରତିଯୋଗିତାରେ ନଜର ଆସିବେ ଓଡ଼ିଶାର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ରିତୁପର୍ଣ୍ଣା ଏବଂ ଶ୍ବେତପର୍ଣ୍ଣା, ପ୍ୟାରିସ୍‌ରେ ଚମକିବେ ପଣ୍ଡା ଉଭଣୀ । ଭାରତୀୟ ସମୟ ସଂଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ନିକଟରେ କନକ ନ୍ୟୁଜକୁ ଆସିଥିଲେ ଦୁଇ ଭଉଣୀ ଏବଂ ମ୍ୟାଚ୍‌ରେ ଭଲ କରି ଦେଶ ପାଇଁ ପଦକ ଆଣିବେ ବୋଲି ଆଶାବାଦୀ ଅଛନ୍ତି । କଟକର କନ୍ଦରପୁରଠାରେ ପିତା ରାମଚନ୍ଦ୍ର ପଣ୍ଡା ସ୍ଥାପନ କରିଥିବା ନିଜସ୍ବ ବ୍ୟାଡମିଣ୍ଟନ ଭିତ୍ତିଭୂମିରେ ଅଭ୍ୟାସ କରି ବିଶ୍ବର ଶ୍ରେଷ୍ଠ ୫୦ ମହିଳା ଯୋଡ଼ି ମଧ୍ୟରେ ରହିବାର ଅନନ୍ୟ ସଫଳତା ଲାଭ କରିଛନ୍ତି । କନକ ନ୍ୟୁଜ ଏବଂ ଓଡ଼ିଶାବାସୀଙ୍କ ତରଫରୁ ଆଜିର ମ୍ୟାଚ୍‌ ପାଇଁ ଦୁଇ ଭଉଣୀଙ୍କୁ ଅଲ୍ – ଦି ବେଷ୍ଟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe