ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ସୁଖବିନ୍ଦର ସିଂ ବାଦଲଙ୍କ ଇସ୍ତଫା: ଦୀର୍ଘ ୧୬ବର୍ଷ ହେବ ଧରିଥିଲେ ଦଳର ମଙ୍ଗ

Advertisment

ପଞ୍ଜାବ ରାଜନୀତିର ବଡ ଖବର । ଶିରୋମଣୀ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ସୁଖବିନ୍ଦର ସିଂ ବାଦଲଙ୍କ ଇସ୍ତଫା । ଦୀର୍ଘ ୧୬ବର୍ଷ ହେବ ଧରିଥିଲେ ଦଳ ମଙ୍ଗ । ୨୦୦୮ ମସିହାରେ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ପଞ୍ଜାବ ରାଜନୀତିର ବଡ ଖବର । ଶିରୋମଣୀ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ସୁଖବିନ୍ଦର ସିଂ ବାଦଲଙ୍କ ଇସ୍ତଫା । ଦୀର୍ଘ ୧୬ବର୍ଷ ହେବ ଧରିଥିଲେ ଦଳ ମଙ୍ଗ । ୨୦୦୮ ମସିହାରେ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

POST

କନକ ବ୍ୟୁରୋ : ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦଳର କାର୍ଯ୍ୟ କମିଟିରେ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଦଳର ନେତା ତଥା କର୍ମୀମାନେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ଓ ସବୁବେଳେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଜଣାଉଛନ୍ତ । ୨୦୦୮ ମସିହାରେ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ବାଦଲ ୧୬ ବର୍ଷ ଦୁଇ ମାସ ପାଇଁ ଶିରୋମଣି ଅକାଳୀ ଦଳ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସୁଖବୀର ସିଂ ବାଦଲଙ୍କ ପୂର୍ବରୁ ତାଙ୍କ ପିତା ପ୍ରକାଶ ସିଂ ବାଦଲ ଦଳର ସଭାପତି ଥିଲେ । ନଭେମ୍ବର ୨୦ ରେ ପଞ୍ଜାବର ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଥିବା ସମୟରେ ସୁଖବୀର ସିଂ ବାଦଲ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଏବେ ଦେଖିବାକୁ ବାକି ରହିଲା କିଏ ଶିରୋମଣି ଅକାଳୀ ଦଳର ମୁଖ୍ୟ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe