କନକବ୍ୟୁରୋ : ଉତ୍ତରପ୍ରଦେଶର ବାଦଲଙ୍କ ପ୍ରେମ କାହାଣୀ କୌଣସି ବଲିଉଡ୍ ସିନେମାଠାରୁ କମ୍ ନୁହେଁ। ଫେସବୁକ୍ ବନ୍ଧୁତା ପାଇଁ ପାକିସ୍ତାନରେ ଜେଲ୍ ଭୋଗି ସ୍ୱଦେଶ ଫେରୁଛନ୍ତି ପ୍ରେମିକ ବାଦଲ। ଭାଷା, ଧର୍ମ ଏବଂ ସୀମାର ପ୍ରାଚୀରକୁ ଡେଇଁ ପ୍ରେମ ପାଇଁ ସର୍ବସ୍ୱ ତ୍ୟାଗ କରିବା କଥା ଆମେ ଚଳଚ୍ଚିତ୍ରରେ ଦେଖିଥିଲେ। ଏବେ ଏହା ବାସ୍ତବରେ ଘଟିଛି ବାଦଲଙ୍କ କ୍ଷେତ୍ରରେ। ଫେସବୁକରୁ ଆରମ୍ଭ ହୋଇଥିବା ବନ୍ଧୁତା ଶେଷରେ ତାଙ୍କୁ ପାକିସ୍ତାନ ଜେଲ୍ ଅନ୍ଧକାର କୋଠରିକୁ ଟାଣି ନେଇଥିଲା। ବାଦଲ ଫେସବୁକ୍ ମାଧ୍ୟମରେ ପାକିସ୍ତାନର ସାନାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ।
ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ସେପଟେ ହାମୋନଟନ୍ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା
ଅଳ୍ପଦିନ ମଧ୍ୟରେ ଏହି ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା। ନିଜ ଭଲ ପାଇବା ପାଇଁ ବାଦଲ କୌଣସି ଦଲିଲ ନଥାଇ ବେଆଇନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନ ଯାଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଥିଲା । ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡ଼ିବା ପରେ ତାଙ୍କୁ ଅନୁପ୍ରବେଶ ଅଭିଯୋଗରେ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା । ଦୀର୍ଘବର୍ଷ ଧରି ପାକିସ୍ତାନ ଜେଲରେ ନିର୍ଯାତନା ଏବଂ କଷ୍ଟ ସହିବା ପରେ, ସେଠାରେ ଦଣ୍ଡ ସମାପ୍ତ କରି ବାଦଲ ଶେଷରେ ଭାରତୀୟ ସୀମାରେ ପହଞ୍ଚିଛନ୍ତି। ନିଜ ମାଟିକୁ ଫେରିବା ପରେ ବାଦଲ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମ ପାଇଁ ଜଣେ ବ୍ୟକ୍ତି ସୀମା ଅତିକ୍ରମ କରିବା ଭଳି ଦୁଃସାହସିକ ପଦକ୍ଷେପ ନେଇ ନିଜ ଜୀବନକୁ ବିପଦରେ ପକାଇଥିଲେ।
ସୀମା ଟପିଲା ପ୍ରେମ
ଫେସବୁକରୁ ପ୍ରେମ, ପ୍ରେମରୁ ପାକିସ୍ତାନ ଜେଲ୍
ଦୁଇଥର ବିନା ଭିସାରେ ପାକିସ୍ତାନ ଯାଇଥିଲେ ବାଦଲ, ସୀମାରେ ପାକ୍ ସୈନିକ ଧରିଥିଲେ
ପାକ୍ ରେଞ୍ଜର ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ
ତୃତୀୟ ଥର ପାକିସ୍ତାନ ଯିବାରେ ସଫଳ ହୋଇଥିଲେ
କିନ୍ତୁ ପ୍ରେମିକା ଓ ତାଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇନଥିଲେ
ପରେ ଛେଳି ଚରାଇ ବଞ୍ଚିଥିଲେ ବାଦଲ
୨୭ ସେପ୍ଟେମ୍ବର, ୨୦୨୪ରେ ପାକ୍ ପୁଲିସ ବାଦଲଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା
ବେଆଇନ ଭାବରେ ସୀମା ପାର କରିବା ପାଇଁ ତାଙ୍କୁ ଜେଲରେ ରଖାଗଲା
ଗୁପ୍ତଚର ସନ୍ଦେହରେ ପାକିସ୍ତାନ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଦ୍ୱାରା ପଚରାଉଚରା କରାଯାଇଥିଲା
ବାଦଲଙ୍କ ଦଣ୍ଡ ସମାପ୍ତ ହେବା ପରେ ଏବେ ତାଙ୍କୁ ମୁକ୍ତ କରାଯାଇଛି
ବାପା କୃପାଳ ସିଂହଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫୋନ୍ ଆସିଥିଲା
କୁହାଯାଇଥିଲା, ପୁଅକୁ ମୁକ୍ତ କରାଯାଇଛି ବାଦଲ ଖୁବଶୀଘ୍ର ଭାରତ ଫେରିବେ
--
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/29/pakistan-2025-12-29-15-11-43.jpg)