ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ନୀତି ; ୧ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ମହାସ୍ନାନ ନୀତି । ୧ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ । ସୋସିଆଲ ମିଡିଆରେ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସନ ।

20

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଯୋଗୁଁ ଭକ୍ତଙ୍କ ପାଇଁ ବନ୍ଦ ହେଲା ଦର୍ଶନ । ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହେଲା ବଡ ମହାସ୍ନାନ । ଆରମ୍ଭ ହୋଇଛି ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ କରାଯାଉଛି । ସାମାଜିକ ଗଣମାଧ୍ୟମରେ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ ।

 ଏହାପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ବଡ଼ଦିଅଁଙ୍କୁ ବଡ଼ ଗ୍ରହଣ ସ୍ନାନ କରାଯାଇଥିଲା। ଏହାସହ ସ୍ବତନ୍ତ୍ର ରୀତିନୀତି ସହ ସଅଳ ନୀତି କରାଯାଇଥିଲା । ଏହାପରେ ଭକ୍ତଙ୍କ ଗହଳି ବଢ଼ିଥିଲା। ପୁଣି ଆଜି ମାର୍ଜନା ପାଇଁ ଠାକୁରଙ୍କ ବଡ଼ ମହାସ୍ନାନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe