କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଯୋଗୁଁ ଭକ୍ତଙ୍କ ପାଇଁ ବନ୍ଦ ହେଲା ଦର୍ଶନ । ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିଥିବାରୁ ହେଲା ବଡ ମହାସ୍ନାନ । ଆରମ୍ଭ ହୋଇଛି ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ କରାଯାଉଛି । ସାମାଜିକ ଗଣମାଧ୍ୟମରେ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ ।

Advertisment

 ଏହାପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ବଡ଼ଦିଅଁଙ୍କୁ ବଡ଼ ଗ୍ରହଣ ସ୍ନାନ କରାଯାଇଥିଲା। ଏହାସହ ସ୍ବତନ୍ତ୍ର ରୀତିନୀତି ସହ ସଅଳ ନୀତି କରାଯାଇଥିଲା । ଏହାପରେ ଭକ୍ତଙ୍କ ଗହଳି ବଢ଼ିଥିଲା। ପୁଣି ଆଜି ମାର୍ଜନା ପାଇଁ ଠାକୁରଙ୍କ ବଡ଼ ମହାସ୍ନାନ କରାଯିବ ।