କନକବ୍ୟୁରୋ : ଯାଜପୁର ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାରକା ଶଙ୍ଖାରିଡିହ ନିକଟରେ ସଡ଼କ ଦୁର୍ଘଟଣା, ଦୁଇଜଣ ଗୁରୁତର ଆହତ । ଟ୍ରକ୍କୁ ପଛପଟୁ ପିଟିଲା ବାଇକ୍ , ୨ ଗୁରୁତର । ଆହତଙ୍କୁ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଦୁଇ ଜଣ ହେଲେ ବିଂଝାରପୁର ଅଂଚଳର ବିଜୟ ବେହେରା ଓ ମାନସୀ ବେହେରା ବୋଲି ଧର୍ମଶାଳା ପୋଲିସ ସୂଚନା ଦେଇଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ, ଆଇଚର୍ ଗାଡି ଓ ବାଇକକୁ ଜବତ କରିଛି ।
ସେପଟେ ପାରାଦୀପ ଇଫକୋ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ , ରାସ୍ତା କଡରେ ଯାଉଥିବା ଜଣଙ୍କ ଉପରେ ଚଢିଗଲା ହାଇଓ୍ଵା ଚଢିଯାଇଥିବା ସୂଚନା ମିଳିଛି । ଫଳରେ ଘଟଣାସ୍ଥଳରେ ବାଟୋଇଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ମୃତ୍ୟୁ ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ସେହିପରି ଗଞ୍ଜାମ ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ମରଣାନ୍ତକ ଦୁର୍ଘଟଣା ଘଟିଛି ।
ଗଛରେ କାର ପିଟିହେବା ଫଳରେ ଚାଳକଙ୍କ ମୃତ ହୋଇ ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ବ୍ରହ୍ମପୁର ଅଂଚଳର ଦୀପକ ବେହେରା । ଗୁରୁତର ମାନେ ହେଲେ ଶଙ୍କର ମହାରଣା, ରାଜେଶ ଗୌଡ଼ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବୁଗୁଡ଼ାରୁ ଯଂଜ୍ଞ ଦେଖି ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର ।
ସ୍ଥାନୀୟ ଲୋକେ ବୁଗୁଡା ପୋଲିସକୁ ଖବର ଦେବା ପରେ ଅଗ୍ନିଶମବାହିନୀ ଓ ପୋଲିସ ପହଞ୍ଚି କାରରୁ ଗୁରୁତରଙ୍କୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେହିପରି ଫୁଲବାଣୀ କଳିଙ୍ଗା ଘାଟିରେ ଓଲଟିଲା ବସ୍ । ୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨୦ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଛତିଶଗଡ଼ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ବସ୍ଟି ଓଲଟି ପଡିଥିଲା ।