ସୀମା ଟପୁଛି ଅପସଂସ୍କୃତି : ପୁଣି ଯାତ୍ରାରେ ସାଂଘାତିକ ଅଶ୍ଳୀଳତା

Advertisment

କେବେ ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା । ଦିନକୁ ଦିନ ବଢିବାରେ ଲାଗିଛି ଅପସଂସ୍କୃତି। ଯାତ୍ରା ମଞ୍ଚରେ ଖୁଲମ୍‌ଖୁଲ୍ଲା ଅଶ୍ଳୀଳ ନୃତ୍ୟ କରୁଛନ୍ତି ଅଭିନେତ୍ରୀ। କାହାରିକୁ ଖାତିର ନାହିଁ

କେବେ ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା । ଦିନକୁ ଦିନ ବଢିବାରେ ଲାଗିଛି ଅପସଂସ୍କୃତି। ଯାତ୍ରା ମଞ୍ଚରେ ଖୁଲମ୍‌ଖୁଲ୍ଲା ଅଶ୍ଳୀଳ ନୃତ୍ୟ କରୁଛନ୍ତି ଅଭିନେତ୍ରୀ। କାହାରିକୁ ଖାତିର ନାହିଁ

22 5

22 5 Photograph: (22 5)

କନକବ୍ୟୁରୋ : କେବେ ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା। ଦିନକୁ ଦିନ ବଢିବାରେ ଲାଗିଛି ଅପସଂସ୍କୃତି। ଯାତ୍ରା ମଞ୍ଚରେ ଖୁଲମ୍‌ଖୁଲ୍ଲା ଅଶ୍ଳୀଳ ନୃତ୍ୟ କରୁଛନ୍ତି ଅଭିନେତ୍ରୀ। କାହାରିକୁ ଖାତିର ନାହିଁ । ଲାଜ ସରମ ବି ନାହିଁ । ସମସ୍ତଙ୍କ ସମ୍ମୁଖରେ କରୁଛନ୍ତି ଅଙ୍ଗ ପ୍ରଦର୍ଶନ। ମାଲକାନଗିରି କୋତାମେଟାରେ ଚାଲିଥିବା 

ଯାତ୍ରା ଅଶ୍ଳୀଳତାର ସବୁ ସୀମା ଟପି ଯାଇଛନ୍ତି ଅଭିନେତ୍ରୀ ଜଣଙ୍କ ।  ଏହି ସମୟରେ ଥାନା ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ଖାତିର କରିନଥିଲେ ଅଭିନେତ୍ରୀ  ।

ପୋଲିସ ବାବୁଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ ଜାରି ରଖିଥିଲେ  ।  ଥାନା ଅଧିକାରୀ ସାଦା ପୋଷାକରେ ଯାତ୍ରା ଦେଖୁଥିଲେ । ଏହି ସମୟରେ ଏପରି ଅଶ୍ଳୀଳ ନୃତ୍ୟ ପରିବେଷଣ ହୋଇଥିଲା। ଅଶ୍ଳୀଳତାକୁ ଦେଖି ଆଇଆଇସି ପ୍ରତିବାଦ କିମ୍ବା ବନ୍ଦ କରିନଥିଲେ ।

ଏ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଗାଇଡଲାଇନ ନେଇ ସରକାର ଆହୁରି କଠୋର ହେବେ । ଯଦି ସଂସ୍କୃତି ଉପରେ କୌଣସି ଆଘାତ ଆସିବ,  ଅତି କଠୋରତାର ସହ ପଦକ୍ଷେପ ନେବୁ । ଅତୀତରେ କଠୋର ପଦକ୍ଷେପ ନିଆଯାଇଛି ଓ ଆଗକୁ ମଧ୍ୟ ନିଆଯିବ । ଯିଏ ବି ହୁଅନ୍ତୁ ଯଦି ନିୟମ ଉଲଂଘନ କରିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe