କନକବ୍ୟୁରୋ : କେବେ ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା। ଦିନକୁ ଦିନ ବଢିବାରେ ଲାଗିଛି ଅପସଂସ୍କୃତି। ଯାତ୍ରା ମଞ୍ଚରେ ଖୁଲମ୍ଖୁଲ୍ଲା ଅଶ୍ଳୀଳ ନୃତ୍ୟ କରୁଛନ୍ତି ଅଭିନେତ୍ରୀ। କାହାରିକୁ ଖାତିର ନାହିଁ । ଲାଜ ସରମ ବି ନାହିଁ । ସମସ୍ତଙ୍କ ସମ୍ମୁଖରେ କରୁଛନ୍ତି ଅଙ୍ଗ ପ୍ରଦର୍ଶନ। ମାଲକାନଗିରି କୋତାମେଟାରେ ଚାଲିଥିବା
ଯାତ୍ରା ଅଶ୍ଳୀଳତାର ସବୁ ସୀମା ଟପି ଯାଇଛନ୍ତି ଅଭିନେତ୍ରୀ ଜଣଙ୍କ । ଏହି ସମୟରେ ଥାନା ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ଖାତିର କରିନଥିଲେ ଅଭିନେତ୍ରୀ ।
ପୋଲିସ ବାବୁଙ୍କ ଉପସ୍ଥିତିରେ ଅଶ୍ଳୀଳ ନାଚ ଜାରି ରଖିଥିଲେ । ଥାନା ଅଧିକାରୀ ସାଦା ପୋଷାକରେ ଯାତ୍ରା ଦେଖୁଥିଲେ । ଏହି ସମୟରେ ଏପରି ଅଶ୍ଳୀଳ ନୃତ୍ୟ ପରିବେଷଣ ହୋଇଥିଲା। ଅଶ୍ଳୀଳତାକୁ ଦେଖି ଆଇଆଇସି ପ୍ରତିବାଦ କିମ୍ବା ବନ୍ଦ କରିନଥିଲେ ।
ଏ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଗାଇଡଲାଇନ ନେଇ ସରକାର ଆହୁରି କଠୋର ହେବେ । ଯଦି ସଂସ୍କୃତି ଉପରେ କୌଣସି ଆଘାତ ଆସିବ, ଅତି କଠୋରତାର ସହ ପଦକ୍ଷେପ ନେବୁ । ଅତୀତରେ କଠୋର ପଦକ୍ଷେପ ନିଆଯାଇଛି ଓ ଆଗକୁ ମଧ୍ୟ ନିଆଯିବ । ଯିଏ ବି ହୁଅନ୍ତୁ ଯଦି ନିୟମ ଉଲଂଘନ କରିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/29/ol0HljTDwYRgFTXSYQ0B.jpg)