କନକବ୍ୟୁରୋ : ଅଣ୍ଡାରୁ ବାହାରିଲେ କଇଁଛ ଶାବକ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡ ,ବାଲିଅଁଳା ,ଖିରିସାହି ସମୁଦ୍ର କୂଳରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ରୁ ବାହାରିଲେ ପ୍ରଥମ ପର୍ଯ୍ୟାୟରେ ୨୫ ଶହ ରୁ ତିନି ହଜାର ଅଲିଭ ରିଡିଲ କଇଁଛ ଶାବକ । ଗତ ଫେବୁଆରି ମାସ ଠାରୁ ଅଲିଭ ରିଡିଲେ କଇଁଛ ମାନେ ସମୁଦ୍ର କୂଳକୁ ଆସି ଅଣ୍ଡାଦେଇ ଚାଲିଯାଇଥିଲେ । ବନ ବିଭାଗ କର୍ମଚାରୀ ମାନେ କୁତ୍ରିମ ହାଚେରି କରି ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଥିଲେ । ବର୍ତ୍ତମାନ ଦୀର୍ଘ ୪୫ ରୁ ୫୦ ଦିନ ପରେ ସଂଗୃହିତ ଅଣ୍ଡାଗୁଡିକରୁ ଛୁଆ ଫୁଟି ପାଖାପାଖି ତିନି ହଜାର କଇଁଛ ଶାବକ ସମୁଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଚିଲିକା ନୂଆପଡା ଅଧିନସ୍ତ ସମୁଦ୍ର ବେଳାଭୁମିରେ କଇଛଁ ଶାବକଙ୍କୁ ସୁରକ୍ଷିତ ଭାବରେ ଛଡାଯାଇଛି ।
ଅନ୍ୟପଟେ ସିଆଣ୍ଡି ବିଟ ହାଉସ ନିକଟ ସମୁଦ୍ର କୂଳର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଅଣ୍ଡା ଫୁଟିବା ପରେ କିପରି ବନ କର୍ମଚାରୀ ମାନେ ଅଣ୍ଡା କୁ ଟ୍ରେ ମାଧ୍ୟମରେ ଏକତିତ୍ର କରି ସମୁଦ୍ର ପାଣିରେ ସୁରକ୍ଷିତ ଭାବେ ଛାଡୁଛନ୍ତି ତାହା ଦେଖିବାକୁ ମିଳିଥିଲା । ଏଠି ଗତ ମାର୍ଚ୍ଚ ମାସ ଠାରୁ ସମୁଦ୍ର ବେଳାଭୂମି କୁ ଆସି ଅଲିଭ ରିଡିଲେ କଇଁଚ ଅଣ୍ଡାଦେବା ପରେ କର୍ମଚାରୀ ମାନେ ପାଖାପାଖି ୨୦ ହଜାର ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଥିଲେ ।
ଯାହା ସେଥିମଧ୍ୟରୁ ତିନି ହଜାର ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅଲିଭ ରିଡଲେ କଇଁଛ ଶାବକ ବାହାରିବା ପରେ ସମୁଦ୍ର ବେଳାଭୁମିର ବେଶ ମନରୋମ ଦୃଶ୍ୟ ଦେଖିବାକୁ ମିଳିଛି । ସେଥିପାଇଁ ବନ ବିଭାଗ ପୁରା ସଜାଗ ହୋଇ ରହିଛି । ସେମାନେ କିପରି ସୁରକ୍ଷିତ ଭାବରେ ସମୁଦ୍ରକୁ ଯାତ୍ରା କରି ପାରିବେ ସେ ଦିଗରେ ସୁରକ୍ଷା କୁ କଡାକଡି କରିବା ପାଇଁ ଚିଲିକା ଡିଏଫଓ ଅମ୍ଲାନ ନାୟକ ଏବଂ ଚିଲିକା ଅଧିକାରୀ କାଶିନାଥ ହେମମ୍ର ବନ କର୍ମଚାରୀ ମାନଙ୍କୁ କଡା ଆଦେଶ ଦେଇଛନ୍ତି ।