କନକ ବ୍ୟୁରୋ : ଗତକାଲି ରାତି ସାଢେ ୮ଟାରେ ବାଲୁଗାଁ ଷ୍ଟେସନ ନିକଟରୁ ଚୋରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଚୋର ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରିବା ପରେ ଗୁରାପଲ୍ଲୀ ଟୋଲଗେଟ୍ ନିକଟରେ ଛାଡି ପଳାଇଯାଇଥିଲା । ଯାହାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । ସିସିଟିଭି ଭିଡିଓରେ ଯୁବକ ଜଣଙ୍କ ଏହି ୨ ବର୍ଷର ଶିଶୁକନ୍ୟାକୁ କାନ୍ଧରେ ପକାଇ ନେଇଯାଉଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଶିଶୁକନ୍ୟାଟି ଏବେ ତାର ମାଆ କୋଳକୁ ଫେରିଛି ।
ଖଲ୍ଲିକୋଟରେ ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଶନିବାର ରାତିରେ ବାଲୁଗାଁ ଷ୍ଟେସନରୁ ହୋଇଥିଲା ଚୋରି, ମାଆ କୋଳକୁ ଫେରିଲା ଛୁଆ
ଯାହାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । ସିସିଟିଭି ଭିଡିଓରେ ଯୁବକ ଜଣଙ୍କ ଏହି ୨ ବର୍ଷର ଶିଶୁକନ୍ୟାକୁ କାନ୍ଧରେ ପକାଇ ନେଇଯାଉଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଶିଶୁକନ୍ୟାଟି ଏବେ ତାର ମାଆ କୋଳକୁ ଫେରିଛି ।
/kanak/media/media_files/2025/07/13/16-2025-07-13-17-42-24.jpg)