ହାତୀ ଘଉଡାଇବା ବେଳେ ଦୁର୍ଘଟଣା; ଟ୍ରେନରେ କଟିଗଲା ହାତୀ ଛୁଆ ।

ହାତୀ ଘଉଡ଼ାଇବା ବେଳେ ଦୁର୍ଘଟଣା । ଟ୍ରେନରେ କଟି ଚାଲିଗଲା ଛୁଆ ହାତୀର ଜୀବନ । ଆଉ ଏକ ହାତୀ ଆହତ । ରାଉରକେଲା ବନ୍ଧମୁଣ୍ଡାରୁ ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ଭିଡିଓ ।

1eklet

କନକ ବ୍ୟୁରୋ: ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଟ୍ରେନରେ କଟି ଛୁଆ ହାତୀର ମୃତ୍ୟୁ । ଲୋକେ ହାତୀ ଘଉଡାଇବାରୁ ଘଟିଲା ଏଭଳି ଦୁର୍ଘଟଣା । ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ହାତୀ ଆହତ ହୋଇଛି । ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । 

ଲୋକମାନେ ହାତୀ ଘଉଡ଼ାଇବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଲୋକେ ହାତୀ ପଲକୁ ଟ୍ରେନ ଲାଇନ ଆଡକୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ହାତୀ ପଲକୁ ଧକ୍କା ଦେଇଥିଲା ଟ୍ରେନ । ଲୋକଙ୍କ ଏହି ଭୁଲ ପାଇଁ ଅକାଳରେ ଚାଲିଯାଇଛି ଗୋଟିଏ ଛୁଆ ହାତୀର ଜୀବନ । ଟ୍ରେନ ଆସୁଥିବା ଜାଣି ମଧ୍ୟ ଲୋକମାନେ ହାତୀକୁ ଟ୍ରେନ ଲାଇନ ଆଡକୁ ଘଉଡ଼ାଇବାରୁ ଏଭଳି ଦୁର୍ଘଟଣା ଘଟିଛି । ତେବେ ଏଠି ବନ ବିଭାଗର କାର୍ୟ୍ୟ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ହାତୀଙ୍କୁ କାହିଁକି ଟ୍ରାକ୍‌ କରି ନଥିଲା ବନ ବିଭାଗ । ରେଳ ଲାଇନ ପାଖରେ ହାତୀ ପଲ ଥିବା ବେଳେ ରେଳ ବିଭାଗକୁ ସତର୍କ କରିଥିଲା କି ବନ ବିଭାଗ ? ଲୋକେ ହାତୀ ଘଉଡ଼ାଇବା ସମୟରେ କେଉଁଠି ଥିଲେ ବନ କର୍ମଚାରୀ ? ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନ ବିଭାଗ ଓ ରେଳ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe