ଟ୍ରେନ୍ ଲାଇନ୍‌ରେ କଟି ଛୁଆ ହାତୀର ମୃତ୍ୟୁ; ଛୁଆର ମୃତଦେହ ପାଖରେ ଜଗି ରହିଛି ଆହତ ମାଆ

Advertisment

ଲୋକରଣ୍ୟ ହୋଇଯାଇଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳ । ଜଙ୍ଗଲ ରେଳ ଲାଇନ ନିକଟରେ ଜମା ହେଇଛନ୍ତି ଲୋକ । କାରଣ ଟ୍ରେନ ଧକ୍କାରେ ଗୋଟିଏ ଛୋଟ ହାତୀ ଛୁଆର ମୃତ୍ୟୁ ହୋଇଛି ।

ଲୋକରଣ୍ୟ ହୋଇଯାଇଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳ । ଜଙ୍ଗଲ ରେଳ ଲାଇନ ନିକଟରେ ଜମା ହେଇଛନ୍ତି ଲୋକ । କାରଣ ଟ୍ରେନ ଧକ୍କାରେ ଗୋଟିଏ ଛୋଟ ହାତୀ ଛୁଆର ମୃତ୍ୟୁ ହୋଇଛି ।

Baby elephant

କନକ ବ୍ୟୁରୋ : ସୁରକ୍ଷିତ ନାହାନ୍ତି ହାତୀ । ଘୋର ସଂକଟରେ ଗଜରାଜ । ରେଳ ବିଭାଗର ଅବହେଳାରୁ ଚାଲିଗଲା ହାତୀ ଛୁଆର ଜୀବନ ! ଆହତ ହୋଇ ଆଉ ଗୋଟିଏ ଛୁଆ ହାତୀ ସହ ବୁଦାମୂଳେ ଜଗି ରହିଛି ମାଆ ହାତୀ । କେତେ ବେଳେ ମଣିଷ ତ ଆଉ କେତେବେଳେ ରେଳ । ହାତୀଙ୍କ ସହ ବାରମ୍ବାର ଘଟୁଛି ଦୁର୍ଘଟଣା ।

ଲୋକରଣ୍ୟ ହୋଇଯାଇଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳ । ଜଙ୍ଗଲ ରେଳ ଲାଇନ ନିକଟରେ ଜମା ହେଇଛନ୍ତି ଲୋକ । କାରଣ ଟ୍ରେନ ଧକ୍କାରେ ଗୋଟିଏ ଛୋଟ ହାତୀ ଛୁଆର ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ମା ମଧ୍ୟ ଆହତ ହୋଇ ଗୋଟିଏ ବୁଦାମୂଳେ ଲୁଚି ରହିଛି । ଆଉ ଗୋଟିଏ ଛୁଆ ହାତୀ ମଧ୍ୟ ଆହତ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଗତକାଲି ୨୫ଟି ହାତୀ ବନ୍ଧମୁଣ୍ଡା ଜଙ୍ଗଲ ନିକଟରେ ଥିବା ଗାଁକୁ ପଶିଆସିଥିଲେ । ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ପହଂଚି ଗାଁ ଲୋକଙ୍କ ସହ ମିଶି ହାତୀପଲକୁ ଘଉଡ଼େଇବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ଟ୍ରେନରେ ପିଟି ହୋଇ ଛୁଆ ହାତୀର ଜୀବନ ଯାଇଛି । ମେଡିକାଲ ଟିମ ପହଂଚି ମୃତ ହାତୀର ପୋଷ୍ଟମର୍ଟମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe