କନକ ବ୍ୟୁରୋ : ସୁରକ୍ଷିତ ନାହାନ୍ତି ହାତୀ । ଘୋର ସଂକଟରେ ଗଜରାଜ । ରେଳ ବିଭାଗର ଅବହେଳାରୁ ଚାଲିଗଲା ହାତୀ ଛୁଆର ଜୀବନ ! ଆହତ ହୋଇ ଆଉ ଗୋଟିଏ ଛୁଆ ହାତୀ ସହ ବୁଦାମୂଳେ ଜଗି ରହିଛି ମାଆ ହାତୀ । କେତେ ବେଳେ ମଣିଷ ତ ଆଉ କେତେବେଳେ ରେଳ । ହାତୀଙ୍କ ସହ ବାରମ୍ବାର ଘଟୁଛି ଦୁର୍ଘଟଣା ।
ଲୋକରଣ୍ୟ ହୋଇଯାଇଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳ । ଜଙ୍ଗଲ ରେଳ ଲାଇନ ନିକଟରେ ଜମା ହେଇଛନ୍ତି ଲୋକ । କାରଣ ଟ୍ରେନ ଧକ୍କାରେ ଗୋଟିଏ ଛୋଟ ହାତୀ ଛୁଆର ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ମା ମଧ୍ୟ ଆହତ ହୋଇ ଗୋଟିଏ ବୁଦାମୂଳେ ଲୁଚି ରହିଛି । ଆଉ ଗୋଟିଏ ଛୁଆ ହାତୀ ମଧ୍ୟ ଆହତ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଗତକାଲି ୨୫ଟି ହାତୀ ବନ୍ଧମୁଣ୍ଡା ଜଙ୍ଗଲ ନିକଟରେ ଥିବା ଗାଁକୁ ପଶିଆସିଥିଲେ । ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ପହଂଚି ଗାଁ ଲୋକଙ୍କ ସହ ମିଶି ହାତୀପଲକୁ ଘଉଡ଼େଇବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ଟ୍ରେନରେ ପିଟି ହୋଇ ଛୁଆ ହାତୀର ଜୀବନ ଯାଇଛି । ମେଡିକାଲ ଟିମ ପହଂଚି ମୃତ ହାତୀର ପୋଷ୍ଟମର୍ଟମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/wRxsr2LMGRdKMAYX99Wm.jpg)