କନକ ବ୍ୟୁରୋ : ଆମ ପିଲାକୁ ଫେରାଇ ଦିଅ। ନିଜ ଛୁଆ ନହେଲେ ବି ଗୋଟିଏ ଶିଶୁକୁ ଦେଢ଼ ମାସ ପାଳିବା ପରେ ହଠାତ୍ ଆଖି ଆଗରୁ ସେହି ଛୁଆକୁ ନେଇଗଲେ। ତା’ ପରର ସ୍ଥିତି ନକହିଲେ ଭଲ। ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ନେହୁରା ହେଲେ ଦମ୍ପତି। ଏମିତି ଏକ ଅଭାବନୀୟ ଦୃଶ୍ୟ ଆସିଛି ଢେଙ୍କାନାଳରୁ। କିଛି ଦିନ ତଳେ ଜଙ୍ଗଲରୁ ଛେଳି ଚରାଇବା ବେଳେ ଜନ୍ମିତ ଶିଶୁପୁତ୍ରକୁ ମୁର୍ମୁଷୁ ଅବସ୍ଥାରେ ପାଇଥିଲେ ମୁଷା ନାଏକ। ଏକ ମାସ ରଖିବା ପରେ ଖବର ପାଇ ଗାଁକୁ ଯାଇ ଶିଶୁଟିକୁ ଉଦ୍ଧାର କରିଛି ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ବିଭାଗ। ଛୁଆକୁ ନେବା ପାଇଁ ଜିଲ୍ଲାପାଳ ଅଫିସରେ କାନ୍ଦି କାନ୍ଦି ଗଡ଼ିବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଛୁଆଟିକୁ ପାଳିଥିବା ମୁଷା ନାଏକ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ନାଏକ। ଶିଶୁପୁତ୍ରକୁ ନେବା ପାଇଁ ଜିଦରେ ଅଡ଼ି ବସିଛନ୍ତି ଦମ୍ପତି ।
ଅଧିକ ପଢ଼ନ୍ତୁ : ଢେଙ୍କାନାଳର ଅଭିଶପ୍ତ ମଝିକା ଗାଁ, ନା ପାନୀୟ ଜଳ, ନା ମୋବାଇଲ ନେଟୱର୍କ, ଏମାନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତ ବାଛୁରୀବାଙ୍କ ଗାଁର ମୁଷାର ନାଏକ ଛୁଆଟିକୁ ଗତ ଡିସେମ୍ବର ମାସ ୯ ତାରିଖରେ ଛେଳି ଚରାଇବାକୁ ଯାଇଥିବା ବେଳେ ନିକଟସ୍ଥ ବେଡାପଡା ଗାଁ ଜଙ୍ଗଲକୁ ଯାଇଥିଲେ। ସେଠି ମୁର୍ମୁଷୁ ଅବସ୍ଥାରେ ଏକ ଜନ୍ମିତ ଶିଶୁପୁତ୍ର ପଡିଥିବା ଦେଖି ତାକୁ ଘରକୁ ଆଣି ରଖିଥିଲେ ମୁଷା ନାଏକ ଓ ବାସନ୍ତୀ ନାଏକ। ୩୦ ବର୍ଷ ହେବ ଦମ୍ପତ୍ତିଙ୍କର ବାହାଘର ହୋଇଥିଲେ ମଧ୍ୟ ତାଙ୍କର କେହି ନିଜର କେହି ପିଲା ଛୁଆ ନଥିବାରୁ ଜନ୍ମିତ ଶିଶୁଟିକୁ ନିଜର ଛୁଆ ଭାବି ଲାଳନପାଳନ କରି ରଖିଥିଲେ। ଏନେଇ ମୋଟଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛି ଶିଶୁ ମଙ୍ଗଳ କମିଟି।
Follow Us