କନକ ବ୍ୟୁରୋ : ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ସରିବା ପରେ ଆଜି ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବାବୁସାନ । ଆଜି ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ବାବୁସାନ । ପତ୍ନୀ ତୃପ୍ତୀଙ୍କ ସହ ପୁରୀ ଶ୍ବେତଗଙ୍ଗା ଠାରେ ତିଳ ତର୍ପଣ ସହ ଶ୍ରାଦ୍ଧପିଣ୍ଡ ଦେଇଛନ୍ତି ।
ତେବେ ଶ୍ୱେତଗଙ୍ଗା ଠାରେ ଅଳ୍ପ କିଛି ଅସ୍ଥି ବିସର୍ଜନ କରାଯାଇଛି । ଏହାପରେ ୧୬ ତାରିଖରେ ବାବୁସାନ ବାରିପଦା ଯିବେ । ସେଠାରେ ଶ୍ରାଦ୍ଧ କାର୍ଯ୍ୟ ସହ ବ୍ରାହ୍ଣଣ ଭୋଜନ କରାଇବେ । ତେବେ କେନ୍ଦୁଝରରେ ବାବୁସାନଙ୍କ ଫିଲ୍ମ ସୁଟିଂ ଚାଲିଥିଲା, ଯେତେବେଳେ ଉତ୍ତମ ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ । ସେତେବେଳେ ଅଧାରୁ ଫିଲ୍ମ ସୁଟିଂ ଛାଡି ଚାଲିଆସିଥିଲେ ବାବୁସାନ । ଆଉ ଏହି ସିନେମା ରଜରେ ରିଲିଜ ହେବା ନେଇ ସାଇନ୍ କରିଛନ୍ତି ଅଭିନେତା ।
ଫିଲ୍ମ ସୁଟିଂ ଅଧାରେ ଥିବାରୁ ନିଜ ବାପାଙ୍କ ଶୁଦ୍ଧି କାମରେ ଲଣ୍ଡା ହୋଇ ପାରିନାହାଁନ୍ତି । ତେବେ ଫିଲ୍ମର ସୁଟିଂ ଶେଷ ହେବା ପରେ ତ୍ରିବେଣୀ ସଙ୍ଗମ ଯାଇ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ କରିବେ ଓ ମୁଣ୍ଡନ ହେବେ ବୋଲି ସୂଚନା ଦେଇଛନ୍ତି ଅଭିନେତା ବାବୁସାନ ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/12/9vZ33hXYSzYIqogfJzZi.jpg)