ବାପାଙ୍କ ଅସ୍ଥି ବିସର୍ଜନ କଲେ , ଲଣ୍ଡା ହେଲେ ବାବୁସାନ୍

ସିନେମା ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ । ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍ ।

ଅଦ୍ୟତନ ହୋଇଛି
babushan

babushan Photograph: (Kanak News)

କନକ ବ୍ୟୁରୋ :  ପୁରୀ ସମୁଦ୍ର କୂଳରେ ଲଣ୍ଡା ହେଉଛନ୍ତି ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି । ସିନେମା ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ । ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍ । ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଶେଷରେ ସେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ କହିଥିଲେ ବାବୁସାନ୍ । 

ତେବେ ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ମାତ୍ର ୬୭ ବର୍ଷ ବୟସରେ ଆଖି ବୁଜିଥିଲେ ଏଭରଗ୍ରିନ୍ ଷ୍ଟାର୍ ତଥା ବାବୁସାନଙ୍କ ବାପା ଉତ୍ତମ ମହାନ୍ତି । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆକୁ ଅଲବିଦା କହିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe