କନକ ବ୍ୟୁରୋ : ପୁରୀ ସମୁଦ୍ର କୂଳରେ ଲଣ୍ଡା ହେଉଛନ୍ତି ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି । ସିନେମା ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ । ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ଲଣ୍ଡା ହୋଇଛନ୍ତି ଅଭିନେତା ବାବୁସାନ୍ । ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା । ଶେଷରେ ସେ ସୁଟିଂ ପରେ ଲଣ୍ଡା ହେବାକୁ ନେଇ ପ୍ରତିକ୍ରିୟାରେ କହିଥିଲେ ବାବୁସାନ୍ ।
ତେବେ ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ମାତ୍ର ୬୭ ବର୍ଷ ବୟସରେ ଆଖି ବୁଜିଥିଲେ ଏଭରଗ୍ରିନ୍ ଷ୍ଟାର୍ ତଥା ବାବୁସାନଙ୍କ ବାପା ଉତ୍ତମ ମହାନ୍ତି । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁନିଆକୁ ଅଲବିଦା କହିଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/01/yricvXkL7iHvDVhRk8XB.jpg)