କନକବ୍ୟୁରୋ :  ଲୋକଙ୍କ ସରକାରରେ ବାବୁଙ୍କ ଖାମଖିଆଲି ମନୋଭାବ , ମୁଖ୍ୟମନ୍ତ୍ରୀ ସମସ୍ୟା ଶୁଣୁଛନ୍ତି ।   ସମାଧାନ କରିବାକୁ ନାକ ଟେକୁଛନ୍ତି ବାବୁ , ମାସ ମାସ ଧରି ପଡିରହିଛି ।  ସାଧାରଣ ଲୋକଙ୍କ ହଜାର ହଜାର ଅଭିଯୋଗ ୫ଟି ବିଭାଗର ପ୍ରଦର୍ଶନକୁ ନେଇ ଉଦବେଗ  , ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।  ହେଲେ ଲୋକଙ୍କ ଅଭିଯୋଗର ଶୁଣାଣି କରିବାକୁ କୁଣ୍ଠାବୋଧ କରୁଛନ୍ତି ବାବୁ ।  ତ୍ବରିତ୍ବ ସମାଧାନ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ବାରମ୍ବାର ଚିଠି ଲେଖିଛନ୍ତି ।  ହେଲେ ଏବେ ବି ନାଲି ଫିତା ତଳେ ପଡ଼ିରହିଛି ହଜାର ହଜାର ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀ । 

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶାସନର ମୂଳମନ୍ତ୍ର ଲୋକଙ୍କ ଅଭିଯୋଗ ଶୁଣି ଏହାର ତ୍ବରିତ ସମାଧାନ  ।   ସେଥିପାଇଁ ଅନେକ ଆଶା ଓ ଭରସା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି ଅଭିଯୋଗକାରୀ ।  ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ସମୟ ଦେଇ ଅଭିଯୋଗ ମଧ୍ୟ ଶୁଣୁଛନ୍ତି  ।    ହେଲେ ଏଥିରେ ଏବେ କିଛି ବିଲକ୍ଷଣ ଦେଖିବାକୁ ମିଳିଛି ।  ଅନେକ ବଡ଼ ବଡ଼ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି  ।   ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ବାବୁଙ୍କ ମନମାନି ପାଇଁ ଅଭିଯୋଗ ତାଲିକା ବଢ଼ି ବଢ଼ି ଚାଲିଛି । ଯାହାର ପ୍ରମାଣ ହେଉଛି ଏହି ଚିଠି। ଗତ ୧୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସବୁ ବିଭାଗକୁ ଚିଠି ଲେଖି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାସ୍‌ କରି ୫ଟି  ବିଭାଗ ଯଥା, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ, ସ୍କୁଲ ଓ ଗଣଶିକ୍ଷା, ଇସ୍ପାତ ଓ ଖଣି ଏବଂ ଜଳ ସମ୍ପଦ ବିଭାଗରେ ଅଭିଯୋଗ ସମାଧାନ ୮୦ ପ୍ରତିଶତରୁ କମ୍‌ ରହିଛି। 

ସରକାର ବଦଳିବା ପରେ ବର୍ଷ ବର୍ଷ ଧରି ବନ୍ଦ ଥିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପୁଣି ଥରେ ଖୋଲିଥିଲା ।  ମୋହନ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ରୀତିମତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।  ଜିଲ୍ଲାସ୍ତରରେ ଯାଇ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି।  କିନ୍ତୁ ସମାଧାନ ପାଇଁ ବାବୁଙ୍କର ଯେମିତି ହାତ ଯାଉନି।  ଅଳ୍ପ କିଛି ବିଭାଗକୁ ଛାଡ଼ିଦେଲେ ଅନ୍ୟ ବିଭାଗ ଗୁଡ଼ିକରେ ଅଭିଯୋଗ ସମାଧାନକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି ।  ସରକାରଙ୍କ ପାଖକୁ ୩୦ ସେପ୍ଟେମ୍ବର ସୁଦ୍ଧା ୫ ଲକ୍ଷରୁ ଅଧିକ ଅଭିଯୋଗ ଆସିଥିବା ବେଳେ ପାଖାପାଖି ସାଢେ ୪ ଲକ୍ଷ ଅଭିଯୋଗର ଶୁଣାଣି ସରିଛି ।