ନୂଆ ସରକାରରେ ବାବୁରାଜ୍! ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର! ଗୁମର ଖୋଲିଲେ ମନ୍ତ୍ରୀ

Advertisment

ବିଜେପି ସରକାରରେ ବି ଚାଲିଛି ବାବୁରାଜ । ଅଫିସର ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ସିଧାସଳଖ ମୁଣ୍ଡ ନ ପୁରାଇବାକୁ ମନ୍ତ୍ରୀଙ୍କୁ କହୁଛନ୍ତି । ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିବା ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମିଳିଯାଇଛି ସୁଯୋଗ।

ବିଜେପି ସରକାରରେ ବି ଚାଲିଛି ବାବୁରାଜ । ଅଫିସର ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ସିଧାସଳଖ ମୁଣ୍ଡ ନ ପୁରାଇବାକୁ ମନ୍ତ୍ରୀଙ୍କୁ କହୁଛନ୍ତି । ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିବା ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମିଳିଯାଇଛି ସୁଯୋଗ।

ନୂଆ ସରକାରରେ ବାବୁରାଜ୍!

ନୂଆ ସରକାରରେ ବାବୁରାଜ୍! Photograph: (KanakNews )

କନକ ବ୍ୟୁରୋ: ନୂଆ  ବିଜେପି ସରକାରରେ ବି ଚାଲିଛି ବାବୁରାଜ । ଅଫିସର ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ସିଧାସଳଖ ମୁଣ୍ଡ ନ ପୁରାଇବାକୁ ମନ୍ତ୍ରୀଙ୍କୁ କହୁଛନ୍ତି । ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିବା ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମିଳିଯାଇଛି ସୁଯୋଗ। ସରକାରରେ ବାବୁରାଜ୍ !

  • ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର!
  • ଗୁମର ଖୋଲିଲେ ମନ୍ତ୍ରୀ

ସାରା ରାଜ୍ୟର ମଣ୍ଡିରେ ଧାନ ଉଠାକୁ ନେଇ ଅବ୍ୟବସ୍ଥା ଲାଗିରହିଛି । ମଣ୍ଡିରୁ ଧାନ ଉଠୁନି । କଟନୀ ଛଟନୀ ଅଭିଯୋଗ ଆସୁଛି । ଏହି ସମୟରେ ଖୋଦ୍ ଯୋଗାଣ ମନ୍ତ୍ରୀ ପୁରା ବ୍ୟବସ୍ଥାର ଗୁମର ଖୋଲିଦେଇଛନ୍ତି । କହିଛନ୍ତି , ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। କୃଷକ-ମିଲରଙ୍କ ମଧ୍ୟରେ  ଛାଡିଦିଅନ୍ତୁ  । ସେମାନେ ଆପେ ନେଇଯିବେ । କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ଜିଦ୍ ଧରୁଛନ୍ତି ୬ରୁ ୭ କିଲୋ କାଟିବା ପାଇଁ। ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ? ତେବେ ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ? ଯେଉଁ ମିଲର ମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ? ବୋଲି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

  • କେଉଁ ଅଫିସର ମୁଣ୍ଡ ପୁରାଉଛନ୍ତି?
  • କାହାକୁ ଟାର୍ଗେଟ କଲେ ମନ୍ତ୍ରୀ ?

ପୂର୍ବ ସରକାରରେ ଅଫିସରଙ୍କ ରାଜ ଚାଲିଥିଲା । ସୁବ କ୍ଷେତ୍ରରେ ଅଫିସର ନିଷ୍ପତ୍ତି ନେଉଥିଲେ । ଏବେ ମନ୍ତ୍ରୀଙ୍କ ବୟାନରୁ ଲାଗୁଛି ମଣ୍ଡି ବ୍ୟବସ୍ଥାରେ ସେହି ଅଫିସର ରାଜ ଚାଲିଛି । କିଛି ବି ପରିବର୍ତ୍ତନ ଆସିନି । ଧାନ ଉଠିନପାରିବାରୁ ଚାଷୀ ଭୋଗୁଛନ୍ତି, ହେଲେ ମନ୍ତ୍ରୀ ଓ ସରକାରଙ୍କ କଥାକୁ ଅଫିସର ମାନୁନାହାନ୍ତି, ବରଂ ମୁଣ୍ଡ ନ ପୁରାଇବାକୁ କହୁଛନ୍ତି । ମନ୍ତ୍ରୀଙ୍କ ବୟାନ ପରେ ବର୍ଷିଛନ୍ତି ବିରୋଧୀ। ବିଜେଡି କହିଛି, ମନ୍ତ୍ରୀମାନେ ଏମିତି ସତ କହିବା ଉଚିତ। ଡବଲ ଇଞ୍ଜିନ ସରକାରରେ ଡବର କଟନୀ ଛଟନୀ ହେଉଛି । ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।  

ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଅଫିସର ରାଜକୁ ଟାର୍ଗେଟ କରୁଥିଲା ବିଜେପି । ଏବେ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି, ଯଦି ଯୋଗାଣ ବିଭାଗରେ ଅଫିସର ରାଜ ଚଳୁଛି, ତାହା ହେଲେ ଅନ୍ୟ ବିଭାଗରେ କଣ ଚାଲିଛି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe