କନକବ୍ୟୁରୋ : ମୋହନ ମାଝୀ, ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଆକ୍ସନ ମୋଡ଼କୁ ଆସିଥିଲେ । ପ୍ରଶାସନିକ କଳକୁ ଚଳଚଞ୍ଚଳ କରି ଲୋକଙ୍କ ପାଖରେ ସରକାର କେମିତି ପହଞ୍ଚିବେ, ଯୋଜନା କେମିତି ବାଟବଣା ନହେବ, ଗ୍ରାଉଣ୍ଡରେ ସରକାରୀ ଯୋଜନା କେମିତି କାର୍ୟ୍ୟକାରୀ ହେଉଛି , ତା’ର ଉପରେ ନଜର ପକାଇବା ପାଇଁ ପ୍ରସ୍ତୁତ ହୋଇଥିଲା ମେଗା ପ୍ଲାନ। ନଜର ପକାନ୍ତୁ ଯୋଜନା ସଂଯୋଜନା ବିଭାଗର ଦୁଇଟି ଚିଠି ଉପରେ । ଗୋଟିଏ ହେଉଛି ୪ ସେପ୍ଟେମ୍ବର ୨୦୨୪ର । ଆଉ ଗୋଟିଏ ହେଉଛି, ୩୧.୦୧.୨୦୨୫ର । ଉନ୍ନୟନ କମିଶନର ଅନୁ ଗର୍ଗ, ସବୁ ସଚିବ ଓ ବିଭାଗକୁ ଚିଠି ଲେଖି ଗ୍ରାଉଣ୍ଡକୁ ଯିବା ପାଇଁ ବାବୁଙ୍କୁ ଦାୟିତ୍ବ ଦେଇଥିଲେ। କୁହାଯାଇଥିଲା, ସବୁ ଶାସନ ସଚିବ, ବରିଷ୍ଠ ଅଧିକାରୀ ଜିଲ୍ଲା ବୁଲିବେ ।
(ଓଡ଼ିଶା ମ୍ୟାପ୍) ୩୦ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୩୦ ଜିଲ୍ଲା ଦାୟିତ୍ବ ଦିଆଯାଇଥିଲା । ହେଲେ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ୟ୍ୟକାରୀ କରିନଥିଲେ ବାବୁ । ଅର୍ଥାତ ଭୁବନେଶ୍ବରରୁ ଗାଁକୁ ଯିବାକୁ ଅମଙ୍ଗ ବାବୁ । ଯାହାକୁ ନେଇ ପୁଣିଥରେ ଗତ ୩୧ ତାରିଖରେ ପୁଣି ଚିଠି ଲେଖିଛନ୍ତି ଅନୁ ଗର୍ଗ । ଆଉ ସମାନ କଥା ମଧ୍ୟ ଉଲ୍ଲେଖ କରି କହିଛନ୍ତି ଅନୁ ଗର୍ଗ ।
କାହିଁକି ସରକାରୀ ନିଷ୍ପତ୍ତିକୁ କାର୍ୟ୍ୟକାରୀ କରୁନାହାନ୍ତି ବାବୁ ?
ଗାଁକୁ ଯିବାକୁ ଅମଙ୍ଗ ହେଉଛନ୍ତି କି ବରିଷ୍ଠ ଆଇଏଏସ?
୬ ମାସ ବିତିଥିଲେ ବି କାହିଁକି କାର୍ୟ୍ୟକାରୀ କରୁନାହାନ୍ତି?
ଯାହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ତେଜିଛି।
ପୂର୍ବ ନିର୍ଦ୍ଦେଶରେ କୁହାଯାଇଥିଲା , ଗୁରୁତ୍ବପୂର୍ଣ୍ଣ ସରକାରୀ ଯୋଜନା ଓ କାର୍ୟ୍ୟ ଗୁଡ଼ିକର ତଦାରଖ କରିବେ , ଅପହଞ୍ଚ ଓ ଆଦିବାସୀ ବହୁଳ ଜିଲ୍ଲାକୁ ଗସ୍ତ କରିବେ ବିଭିନ୍ନ ଆହାର କେନ୍ଦ୍ର, ଅନାଥ ଆଶ୍ରମ, ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ , ପରିଦର୍ଶନ ସମୟରେ ସେମାନେ ବିଭିନ୍ନ ବର୍ଗର ଜନସାଧାରଣ, ହସ୍ପିଟାଲରେ ରୋଗୀଙ୍କ ସହ ଆଲୋଚନା କରି ଫିଡବ୍ୟାକ୍ ନେବେ , ଡିଏମଏଫ୍ ଜିଲ୍ଲାରେ ଖଣିଜ ପାଣ୍ଠି ସମ୍ପର୍କରେ ଆଲୋଚନା କରିବେ ହେଲେ ୬ମାସ ବିତିଥିଲେ ମଧ୍ୟ ଗ୍ରାଉଣ୍ଡକୁ ଓହ୍ଲାଇ ନାହାନ୍ତି କିଛି ବାବୁ । ହେଲେ ଏବେ ନୂଆ ନିର୍ଦ୍ଦେଶାନାମାକୁ କେବେ କାର୍ୟ୍ୟକାରୀ କରିବେ ?