କନକବ୍ୟୁରୋ : ବଦଳି ନିର୍ଦ୍ଦେଶ ମାନୁନାହାନ୍ତି ଅଫିସର । ପ୍ରଶାସନିକ ଆବଶ୍ୟକତାକୁ ଦେଖି ଅଫିସରଙ୍କର ବଦଳି ହେଉଛି । ହେଲେ ସେହି ନିର୍ଦ୍ଦେଶ ଅଫିସର ମାନୁନାହାନ୍ତି । କେଉଁଠି ଅଫିସରଙ୍କୁ ରିଲିଭ କରାଯାଉନାହିଁ, ତ କେଉଁଠି ଅଫିସର ନିଜ ପଦ ବଜାୟ ରଖିବା ପାଇଁ ନାନାଦି କସରତ କରୁଛନ୍ତି । ଗତ ବର୍ଷ ଜୁଲାଇ ମାସରୁ ୨୦୨୫ ଜାନୁଆରୀ ଭିତରେ ମୋଟ ୩୭ଟି ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ହୋଇଥିଲେ ବି ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ ।
ତୁରନ୍ତ ଉକ୍ତ ୩୭ ଅଧିକାରୀଙ୍କୁ ନୂଆ ଦାୟିତ୍ବ ନେବାକୁ ଚିଠି କରିଛି ସାଧାରଣ ପ୍ରଶାସକ ବିଭାଗ । ଆଉ ଯଦି ସେମାନେ ତୁରନ୍ତ ରିଲିଭ୍ ନହୁଅନ୍ତି ତାହାଲେ ଉକ୍ତ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚିଠି ହୋଇଛି । ୨୦୨୪ ଜୁଲାଇ ମାସରେ ୮ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ହୋଇଥିଲା । ପରେ ଅଗଷ୍ଟ ମାସରେ ୬, ସେପ୍ଟେମ୍ବର ମାସରେ ୩, ଅକ୍ଟୋବର ମାସର ୨ଜଣ, ନଭେମ୍ବର ମାସରେ ୫ଜଣ, ଡିସେମ୍ବର ମାସରେ ୪ଜଣ ଓ ଚଳିତ ବର୍ଷ ଜାନୁଆରୀ ମାସରେ ୪ଜଣଙ୍କ ବଦଳି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ତାଗିଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/03/06roXhhkNoZvWQRX0As1.jpg)