ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ହେଲେ ବବିତା ପାତ୍ର, ମହିଳା କମିସନ ଅଧ୍ୟକ୍ଷା ଭାବେ ସୋଭନା ମହାନ୍ତିଙ୍କୁ ଦାୟିତ୍ୱ

ରାଜ୍ୟ ମହିଳା କମିସନର ଭାବେ ସୋଭନା ମହାନ୍ତିଙ୍କୁ ସରକାର ନିଯୁକ୍ତ କରିଥିବା ବେଳେ ଶିଶୁ ଆୟୋଗର ଅଧ୍ୟକ୍ଷା ଭାବେବବିତା ପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ଶିଶି ଆୟୋଗର ଅଧ୍ୟକ୍ଷା ପଦ ୫ ମାସ ଧରି ଖାଲି ପଡ଼ିଥିଲା ।

8

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ଦୁଇଟି ବିଭାଗର ଅଧ୍ୟକ୍ଷା ଓ କମିସନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ମହିଳା କମିସନର ଭାବେ ସୋଭନା ମହାନ୍ତିଙ୍କୁ ସରକାର ନିଯୁକ୍ତ କରିଥିବା ବେଳେ ଶିଶୁ ଆୟୋଗର ଅଧ୍ୟକ୍ଷା ଭାବେବବିତା ପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ଶିଶି ଆୟୋଗର ଅଧ୍ୟକ୍ଷା ପଦ ୫ ମାସ ଧରି ଖାଲି ପଡ଼ିଥିଲା । ଶିଶୁ ଆୟୋଗର ପୂର୍ବତନ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ପରେ ଏହି ପଦ ଖାଲି ପଡ଼ିଥିଲା । ଆଜି ଅଧ୍ୟକ୍ଷାଙ୍କ ସହ ୬ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । 

ସେହିଭଳି ଦୀର୍ଘଦିନ ହେବ ଖାଲି ପଡିଥିବା ମହିଳା କମିସନ ପଦରେ ଆଜି ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe