କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ଦୁଇଟି ବିଭାଗର ଅଧ୍ୟକ୍ଷା ଓ କମିସନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ମହିଳା କମିସନର ଭାବେ ସୋଭନା ମହାନ୍ତିଙ୍କୁ ସରକାର ନିଯୁକ୍ତ କରିଥିବା ବେଳେ ଶିଶୁ ଆୟୋଗର ଅଧ୍ୟକ୍ଷା ଭାବେବବିତା ପାତ୍ରଙ୍କୁ ନିଯୁକ୍ତ କରିଛନ୍ତି । ଶିଶି ଆୟୋଗର ଅଧ୍ୟକ୍ଷା ପଦ ୫ ମାସ ଧରି ଖାଲି ପଡ଼ିଥିଲା । ଶିଶୁ ଆୟୋଗର ପୂର୍ବତନ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ପରେ ଏହି ପଦ ଖାଲି ପଡ଼ିଥିଲା । ଆଜି ଅଧ୍ୟକ୍ଷାଙ୍କ ସହ ୬ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । 

Advertisment

ସେହିଭଳି ଦୀର୍ଘଦିନ ହେବ ଖାଲି ପଡିଥିବା ମହିଳା କମିସନ ପଦରେ ଆଜି ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।