କନକ ବ୍ୟୁରୋ:  ସଫା ହୋଇଯିବ  ୟୁରୋପ   । ୧୯ ବର୍ଷ  ପରେ ଆଜିର ୟୁରୋପ ଯେମିତି ଅଛି ଆଉ ସେମିତି ରହିବନି  । ବଦଳିଯିବ  ୟୁରୋପରେ ନକ୍ସା ।  ଯେଉଁଠାରେ ପ୍ରାୟ ସମଗ୍ର ଜନସଂଖ୍ୟା ନିଶ୍ଚିହ୍ନ ହୋଇଯିବ ?  ତେବେ ଏହି ଭବିଷ୍ୟବାଣୀ ଆଉ କେହି କହିରାହାଁନ୍ତି ବରଂ କରିଛନ୍ତି  ବୁଲ୍‌ଗେରିଆର ବାବା ଭେଙ୍ଗା  । ଯଦି ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆର ଆତଙ୍କ ସମ୍ପର୍କରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କହିବା, ତେବେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ  କାରଣ ଏଥିପାଇଁ ଯେ, ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ଏକ ରିପୋର୍ଟ  ଅନୁସାରେ ଗ୍ରେଟ ମୁସ୍‌ଲିମ୍‌ ୱାର ବିଷୟରେ ଭବିଷ୍ୟବାଣୀ କରିଥିଲେ ।

Advertisment

ଏହି ଡରାଇବା ଭଳି  ଭବିଷ୍ୟବାଣୀ ସତ ହୋଇଥିଲା ଆଉ  ୨୦୧୬ରେ ମୁସ୍ଲିମ୍‌ କଟ୍ଟରପନ୍ଥିମାନଙ୍କ ଦ୍ବାରା ୟୁରୋପ ଉପରେ ଆକ୍ରମଣର ଚେତାବନୀ ଦିଆ ଯାଇଥିଲା  ଏପଟେ ୨୦୪୩ ସୁଦ୍ଧା ରୋମ୍‌ ର କେନ୍ଦ୍ରରେ ଜଣେ ଖଲିଫା ଶାସନ କରିବେ ।  ବାବା ଭେଙ୍ଗାଙ୍କ ଏହି ସଙ୍କେତ ଇସଲାମିକ୍ ଷ୍ଟେଟର ଆତଙ୍କକୁ ଇଙ୍ଗିତ କରୁଥିଲେ ବୋଲି ବିଶ୍ୱାସ କରାଯାଉଥିଲା । 

 ତେବେ  ବାବା ଭେଙ୍ଗା ଜଣେ ମହିଳା ଥିଲେ । "ବାଲକାନ୍ସର ନୋଷ୍ଟ୍ରାଡାମସ୍" ଭାବରେ ଜଣାଶୁଣା, ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଡିମିଟ୍ରୋଭା ଥିଲା । ତାଙ୍କର ଜନ୍ମ ୧୯୧୧ ମସିହାରେ ଉତ୍ତର ମାସିଡୋନିଆରେ ହୋଇଥିଲା । ୧୨ ବର୍ଷ ବୟସରେ, ଏକ ଘୃର୍ଣ୍ଣି ଝଡ଼ ଯୋଗୁଁ ସେ ଦୃଷ୍ଟିଶକ୍ତି ହରାଇଥିଲେ । ତାଙ୍କ ଅନୁଗାମୀମାନେ କୁହନ୍ତି ଯେ ଏହା ପରେ, ସେ ଭବିଷ୍ୟତ ଦେଖିବାର ଶକ୍ତି ପାଇଥିଲେ।   ତେବେ ଦେଖଯାଉ ୟୁରୋପ କୁ ନେଇ ଯେଉଁ ଭବିଷ୍ୟବାଣୀ ବାବା କରିଛନ୍ତି ତାହା କେତେ ସତ ହେଉଛି।