କନକ ବ୍ୟୁରୋ : ସରିଲା ୭ ଦିନର ଲୁଚକାଳି ଖେଳ । ଉତ୍ତରପ୍ରଦେଶ ଆଗ୍ରାରୁ ଗିରଫ ହେଲେ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ବତୀ । ଦିଲ୍ଲୀର ଏକ ଆଶ୍ରମରେ ୧୭ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଆତ୍ମଘୋଷିତ 'ଭଗବାନ'ଙ୍କୁ ଆଗ୍ରାରୁ ଗିରଫ କରାଯାଇଛି । ଦିଲ୍ଲୀର ପୋଶ ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ । ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା, ମହିଳାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିଯୋଗ ରହିଛି । ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କୁ ଗତକାଲି  ବିଳମ୍ବିତ ରାତିରେ ପ୍ରାୟ ୩ଟା ୩୦ ସମୟରେ ଆଗ୍ରାର ତାଜ ଗଞ୍ଜର ହୋଟେଲ ଫାଷ୍ଟରୁ ଗିରଫ କରାଯାଇଛି । ବାୟୁସେନା ମୁଖ୍ୟାଳୟର ଅଭିଯୋଗ ପରେ ସେ ଅଗଷ୍ଟ ୪ ତାରିଖରେ ଫେରାର ହୋଇଯାଇଥିଲେ । ଅନେକ ଛାତ୍ରୀ ଅଭିଯୋଗ କରିଥିଲେ । ବାବା ସେମାନଙ୍କୁ ଧମକ ଦେବା ଏବଂ ଆପତ୍ତିଜନକ ବାର୍ତ୍ତା ପଠାଇବାର ଅଭିଯୋଗ କରାଯାଇଥିଲା । ଯୌନ ନିର୍ଯାତନା ଓ ଅସଦାଚରଣ ସହ ଆପରାଧିକ ଧମକ ଚମକ ଅଭିଯୋଗରେ ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୭୫ (୨), ୭୯ ଓ ୩୫୧ (୨)ରେ ମାମଲା ରୁଜୁ କରିଛି । ଛାତ୍ରୀଙ୍କୁ ଅଧରାତିରେ ମେସେଜ୍ ପଠାଉଥିଲେ ବାବା । ବେବି, ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମକୁ ବହୁତ ପସନ୍ଦ କରେ । ତୁମେ ଆଜି ସୁନ୍ଦର ଦେଖାଯାଉଛ । ମୋ ରୁମ୍‌କୁ ଆସ, ମୁଁ ତୁମକୁ ବିଦେଶକୁ ବୁଲାଇ ନେବି । ଏଥିପାଇଁ ତୁମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବାବା ଏଭଳି ଖରାପ ସେମେଜ ଛାତ୍ରୀଙ୍କୁ ପଠାଉଥିବା ନେଇ ପୁଲିସ ହାତରେ ତଥ୍ୟ ଲାଗିଛି । 

Advertisment

୭ ଦିନ ଲୁଚକାଳି ଖେଳ ପରେ ଗିରଫ ହେଲେ ବାବା
ଉତ୍ତରପ୍ରଦେଶ ଆଗ୍ରାରୁ ଗିରଫ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ବତୀ
୧୭ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରହିଛି
ଦିଲ୍ଲୀର ପୋଶ ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଚଳାଇଥିଲେ ବାବା
ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି ବାବା
ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା ଅଭିଯୋଗ ଅଛି
ମହିଳାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିଯୋଗ ରହିଛି
ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କୁ ଗତକାଲି ବିଳମ୍ବିତ ରାତି ଗିରଫ କରାଯାଇଛି
ରାତି ପ୍ରାୟ ୩ଟା ୩୦ ସମୟରେ ଆଗ୍ରାର ତାଜ ଗଞ୍ଜର ହୋଟେଲ ଫାଷ୍ଟରୁ ଗିରଫ ହୋଇଛନ୍ତି ବାବା
ଯୌନ ନିର୍ଯାତନା ଓ ଅସଦାଚରଣ ସହ ଆପରାଧିକ ଧମକଚମକ ଅଭିଯୋଗ ରହିଛି ।
ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୭୫ (୨), ୭୯ ଓ ୩୫୧ (୨)ରେ ମାମଲା ରୁଜୁ କରିଛି ।
ଅଭିଯୋଗ ପରେ ସେ ଅଗଷ୍ଟ ୪ ତାରିଖରେ ଫେରାର ହୋଇଯାଇଥିଲେ