କନକବ୍ୟୁରୋ: ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ଏନସିପି ଅଜିତ୍ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା। ଶନିବାର ବିଳମ୍ବିତ ରାତିରେ ବ୍ରାନ୍ଦ୍ରା ଇଷ୍ଟରେ ପୁଆ ଜିଶାନ ସିଦ୍ଦିକଙ୍କ କାର୍ୟ୍ୟାଳୟରୁ ବାହାରୁଥିବା ବେଳେ ତାଙ୍କ ଉପରକୁ ଦୁବୃର୍ତ୍ତ ମାନେ ଅନେକ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ବାବା ସିଦ୍ଦିକିଙ୍କ ଛାତି ଓ ପେଟରେ ୨-୩ଟି ଗୁଳି ବାଜିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ମୁମ୍ବାଇ ପୁଲିସ ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡିଛି। 
ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ। କେହି ଆଇନଶୃଙ୍ଖଳାକୁ ନିଜ ହାତକୁ ନେଇପାରିବେ ନାହିଁ ବୋଲି ହତ୍ୟାକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ବାବା ସିଦ୍ଦିକି ମୁମ୍ବାଇର ଜଣେ ଚର୍ଚ୍ଚିତ ରାଜନୈତିକ ଚେହେରା, ବହୁବାର ବିଧାୟକ ସହ ପୂର୍ବରୁ ମହାରାଷ୍ଟ୍ର ସରକାରରେ ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।  ଦୀର୍ଘ ୪ ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଗତ ଫେବୃଆରୀ ମାସରେ ସେ କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନସିପିରେ ସାମିଲ ହୋଇଥିଲେ। 

ରାଜନୀତି ସହ ବଲିଉଡ଼ ଜଗତ ସହ ମଧ୍ୟ ଜଡ଼ିତ ରହିଥିଲେ ବାବା ସିଦ୍ଦିକି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇର ଲୀଳାବତୀ ମେଡ଼ିକାଲ ପରିସରରେ ଭିଡ଼ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବଲିଉଡ଼ ତାରକା ମାନେ ମଧ୍ୟ ମେଡ଼ିକାଲରେ ପହଁଚିଛନ୍ତି। 
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ମେଡ଼ିକାଲକୁ ଯାଇ ବାବା ସିଦ୍ଦିକଙ୍କ ପରିବାର ଲୋକଙ୍କୁ ଭେଟିଥିବା ଜଣାପଡିଛି। ଆଜି ପାଇଁ ମହାରାଷ୍ଟ୍ରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ରଦ୍ଦ କରାଯାଇଥିବା ଜଣାପଡିଛି। 

ସେପଟେ ଏହି ହତ୍ୟା ଘଟଣାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇ ବିରୋଧୀ ତଥା ମହାରାଷ୍ଟ୍ର ମହାବିକାଶ ଅଘାଡ଼ି ମେଣ୍ଟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କରିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଛି । 

ଯଦି ଜଣେ ହାଇପ୍ରୋଫାଇଲ ନେତା ପୂର୍ବତନ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଉଛି। ତେବେ ମୁମ୍ବାଇରେ ଜଣେ ସାଧାରଣ ନାଗରିକ କେତେ ସୁରକ୍ଷିତ ବୋଲି ବିରୋଧି ମାନେ ଅଭିଯୋଗ କରିଛନ୍ତି।  ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। 

ବଲିଉଡ୍ ସହ ଥିଲା ବାବା ସିଦ୍ଦିକିଙ୍କ ଘନିଷ୍ଟ ସମ୍ପର୍କ। ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ବସ୍‌ଉଠ୍‌ କରୁଥିଲେ ବାବା ସିଦ୍ଦିକି। ଅନେକ ଇଭେଣ୍ଟ କରି ସେଲିବ୍ରିଟିଙ୍କୁ ସମ୍ମାନିତ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ହସ୍ପିଟାଲରେ ପହଂଚିଥିଲେ ବଲିଉଡ୍ କଳାକାର ।

ସୁପରଷ୍ଟାର ସଲମାନ ଖାନ୍ ରାତି ପାଖାପାଖି ୨ଟା ୩୦ରେ ଲୀଳାବତୀ ହସ୍ପିଟାଲକୁ ଯାଇଥିଲେ। ବିଳମ୍ବିତ ରାତିରେ ପହଂଚିଥିଲେ ସଞ୍ଜୟ ଦତ୍ତ, ଜାହିର ଇକ୍‌ବାଲଙ୍କ ପରି ସେଲିବ୍ରିଟି। ବାବା ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଆଶ୍ଚର୍ୟ୍ୟ ହୋଇପଡ଼ିଛି ପୂରା ବଲିଉଡ୍। 

ସବୁଠୁ ବଡ଼ କଥା ହେଉଛି, ଶାହାରୁଖ ଓ ସଲମାନଙ୍କ ବିବାଦର ସମାଧାନରେ ତାଙ୍କର ଥିବା ପ୍ରମୁଖ ଭୂମିକା।  ସେଲିବ୍ରିଟି ବିବାଦ ତୁଟାଇଥିଲେ ସିଦ୍ଦିକି