କନକ ବ୍ୟୁରୋ : ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନିଙ୍କୁ ଶନିବାର ଢ଼େଙ୍କାନାଳ ପୋଲିସ ଗିରଫ କରିବା ପରେ, ଖୋଲିବାରେ ଲାଗିଛି କଳା କାରନାମା । ବାବା ବେଶ ପଛରେ କେମିତି ତାଙ୍କ ଭିତରେ କେମିତି ପାପ ପ୍ରବୃତି ରହିଥିଲା ତାହା ଧିରେ ଧରି ସାମନାକୁ ଆସିବାରେ ଲାଗିଛି । ଜଣେ ଯୁବତୀଙ୍କ ସହ ବାବାଙ୍କର ଅନ୍ତରଂଗ ମୁହୁରର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏବେ ଡିଜେର ତାଳେ ତାଳେ ନାଚୁଥିବାର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ବାବାଙ୍କ ଏଭଳି କାରନାମାକୁ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ଢ଼େଙ୍କାନାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋର୍ଦ୍ଧା ଅଂଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଯୁବତୀ ଜଣଙ୍କ ସ୍ବ ଇଛାରେ କେଉଁଆଡେ ଚାଲି ଯାଇଥିଲେ ନା ତାଙ୍କୁ କେହି ଅପହରଣ କରିଥିଲେ, ତାର ତଦନ୍ତ କରୁଛି ପୋଲିସ । ଯୁବତୀଙ୍କ ବୟାନକୁ ଆଧାର କରି ପୋଲିସ ପରବର୍ତି ପଦକ୍ଷେପ ନେବ ।
ଜଣେ ବାବାଙ୍କର ଯୁବତୀଙ୍କ ସହ ଅନ୍ତରଙ୍ଗ ମୁରୂର୍ତ୍ତର ଫଟୋ ପଦାକୁ ଆସିବା ଓ ତାପରେ ଡିଜେ ଗୀତରେ ନାଚ କରିବା ଭିଡିଓ ଭାଇରାଲ୍ ହେବା ଲୋକଙ୍କ ଧାର୍ମିକ ଭାବନା ଉପରେ ଗଭୀର କୁଠାରଘାତ କରିଛି। ଜଣେ ବାବା ହୋଇ ଏପରି କର୍ଯ୍ୟେ କରିବା କେତେ ଦୂର ଗ୍ରହଣୀୟ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।