କୁଆଡେ ଗଲେ ଆତ୍ମଘୋଷିତ ବାବା ? ; ତୁଳସୀ ବିବାଦ ଖବର ଭାଇରାଲ ପରେ ବାବା କାଶୀନାଥଙ୍କ ଦେଖାନାହିଁ

କୁଆଡ଼େ ଗଲେ ଆତ୍ମଘୋଷିତ ବାବା ? ନାବାଳକ ପୁଅକୁ ଭଗବାନ ଦର୍ଶାଇଥିବା ଫଟୋ ଭାଇରାଲରୁ ବିବାଦ ବଢ଼ିବା ପରେ କାଶୀନାଥ ମିଶ୍ରଙ୍କ ନାହିଁ ଦେଖା । ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି କରାଉଥିଲେ ପୂଜା ।

600

କନକ ବ୍ୟୁରୋ: କୁଆଡ଼େ ଗଲେ ଆତ୍ମଘୋଷିତ ବାବା । ନାବାଳକ ପୁଅକୁ ଭଗବାନ ବୋଲି ପ୍ରଦର୍ଶନ କରାଉଥିଲେ ଏହି ଆତ୍ମଘୋଷିତ ବାବା । ସୂଚନା ଅନୁସାରେ, ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର ଏବେ କେଉଁଠି ଅଛନ୍ତି ତାର ଖବର କାହା ପାଖରେ ନାହିଁ । 

ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି ପୂଜା କରାଉଥିଲେ । ଏହାର ଫଟୋ ଭାଇରାଲ ହେବା ପରେ ଆତ୍ମଘୋଷିତ କାଶିନାଥ ବାବାଙ୍କ ଦେଖା ମିଳୁନି । ଭୁବନେଶ୍ୱର ଭରତପୁର ଥାନା ଖଣ୍ଡଗିରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର, ଧର୍ମ ନାମରେ ବ୍ୟବସାୟ କରୁଥିବା ଅଭିଯୋଗ କରିଛି ରାଜ୍ୟ ସମାଜସେବୀ ମହାସଂଘ । ଆଶ୍ରମର ଅଧ୍ୟକ୍ଷ ପାଣ୍ଡବ ପରିଡ଼ା ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ ନାବାଳକ ପୁଅର ଫଟୋ ଭାଇରାଲ ହେବା ପରେ କାଶୀନାଥ ମିଶ୍ରଙ୍କ ଖୋଜଖବର ନାହିଁ। ସନାତନ ଧର୍ମରେ ଗୀତା ଭାଗବତ ଓ ତୁଳସୀକୁ ପୂଜା କରାଯାଏ। ତେଣୁ ଜଣେ ନାବାଳକ ପାଖରେ ପାଦତଳେ ପବିତ୍ର ବସ୍ତୁକୁ ରଖିବାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe