କନକ ବ୍ୟୁରୋ : ଜଗତସିଂହପୁରର ପ୍ରସିଦ୍ଧ ପୀଠ ବାବା ଗୋରେଖନାଥ । ବାବା ଓ ତାଙ୍କର ଅଲୌକିକ ଶକ୍ତି ଭକ୍ତ ମାନଙ୍କ ଭାବାବେଗ ସହ ବହୁ ପ୍ରାଚୀନ କାଳରୁ ଜଡିତ ହୋଇ ରହିଛି । କୁହାଯାଏ ବାବା ଗୋରେଖନାଥଙ୍କ ବିଭୂତି ଲଗାଇଲେ ଗାଇଗୋରୁ ଆରୋଗ୍ୟ ଲାଭ କରନ୍ତି । 

Advertisment

ଜଗତସିଂହପୁର କେରକେରା ଗ୍ରାମରେ ରହିଛି ବାବା ଗୋରଖନାଥଙ୍କ ପୀଠ । ଶୈବପୀଠରେ ସାଧାରଣତଃ ଶିବ ଲିଙ୍ଗ ପୂଜା ପାଉଥିବା ବେଳେ ଏଠାରେ ମାଟିର ଗାଦିଙ୍କୁ ପୂଜା କରାଯାଏ । ପ୍ରତଦିନ ଭକ୍ତଙ୍କ ଭିଡ଼ ଲାଗିଥାଏ । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଛୁଟି ଆସିଥାନ୍ତି । ଗଛ ମୂଳରେ ଥିବା ବାବା ଗୋରଖନାଥଙ୍କ ଗାଦିଙ୍କୁ ପୂଜା କଲେ ରୋଗଶୋକରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । 

ଏହି ପୀଠକୁ ନେଇ ରହିଛି ଭିନ୍ନ ଏକ କିମ୍ୱଦନ୍ତି । କୁହାଯାଏ, ଶତାଧିକ ବର୍ଷ ପୂର୍ବେ ବାବା ଗୋରଖନାଥ ଗୁରୁ ଋଷି ମଛିନ୍ଦ୍ରନାଥଙ୍କ ଠାରୁ ଶିଷ୍ୟତ୍ୱ ପ୍ରାପ୍ତ କରି ବଟବୃକ୍ଷ ମୂଳେ ତପସ୍ୟା କରୁଥିଲେ । ସେହି ସମୟରେ ତାଙ୍କ ସମ୍ପୁର୍ଣ୍ଣ ଶରୀର ମାଟି ହୁଙ୍କାରେ ଢାଙ୍କି ହୋଇଯାଇଥିଲା । ଗୋପାଳମାନେ ଗାଈ ଚରାଉଥିବା ବେଳେ ବାବାଙ୍କ ଉପସ୍ଥିତି ଅନୁଭବ କରିଥିଲେ । ପରେ ବାବାଙ୍କ ଗାଦି ସ୍ଥାପନ କରିଥିଲେ ଏବଂ ସେବେଠାରୁ ପୂଜାର୍ଚ୍ଚନା ଚାଲିଛି । 

ଗାଈଗୋରୁ କୌଣସି ରୋଗରେ ଆକ୍ରାନ୍ତ ହେଲେ ବାବା ଗୋରଖନାଥଙ୍କ ବିଭୁତି ଖୁଆଇ, ଦେହରେ ବୋଳିଦେଲେ ଆରୋଗ୍ୟ ହୋଇଥାଏ । ସର୍ପାଘାତ ରୋଗୀଙ୍କୁ ମଧ୍ୟ ଏଠାରେ ଝଡାଫୁଙ୍କା କରାଯାଇଥାଏ । ଯଦିଓ ଏହା ବିଜ୍ଞାନ ସମ୍ମତ ନୁହେଁ, କିନ୍ତୁ ଲୋକମାନକଙ୍କର ଦୃଢ ବିଶ୍ବାସ ।