କନକ ବ୍ୟୁରୋ : ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳରୁ ଶ୍ରେୟସ ଆୟାରଙ୍କୁ ବାଦ ଦିଆଯିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏକ୍ସରେ ଆଝାରୁଦ୍ଦିନ ଲେଖିଛନ୍ତି, ଶ୍ରେୟସ ଆୟରଙ୍କୁ ଦଳରୁ ବାଦ ଦିଆଯିବା ବଡ଼ ଆଶ୍ଚର୍ଯ୍ୟ । ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଆୟରଙ୍କ ବାଦ୍ ପଡ଼ିବାକୁ ଦୁଃଖଦ ଓ ଅନ୍ୟାୟ ବୋଲି କହିଛନ୍ତି । ଆୟର ଆଇପିଏଲ୍ ୨୦୨୫ରେ ୬୦୪ ରନ୍ ସହ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଥିଲେ ଓ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଶୀର୍ଷ ରନ୍ ସ୍କୋରର୍ ଥିଲେ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି, ଆୟାରଙ୍କ ବାଦ୍ ପଡ଼ିବା ଦଳରେ ସନ୍ତୁଳନ ରକ୍ଷା ପାଇଁ, କିନ୍ତୁ ଏହା ଆଝାରୁଦ୍ଦିନ ଓ ଅଶ୍ୱିନଙ୍କ ସମେତ ଅନେକ ବଡ଼ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us