କନକ ବ୍ୟୁରୋ: ଅଜରବାଇଜାନ ବିମାନ ଦୁର୍ଘଟଣା ପଛରେ ରହିଛି ରୁଷର ହାତ। ଗତ ୨୫ ତାରିଖରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ ବୋଲି ଅଭିଯୋଗ କରିଛି ଆମେରିକା। ବିମାନରେ ରୁଷିଆର ମିଜାଇଲ ମାଡ ହୋଇଥିଲା ଆଉ ଏହା ପରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଆମେରିକା ଦାବି କରିଛି। ରୁଷ କ୍ଷେପଣାସ୍ତ୍ର ଆକ୍ରମଣ ପରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜାରବାଇଜାନ ଏୟାରଲାଇନ୍ସ ମଧ୍ୟ ଏ କଥାକୁ ସ୍ବୀକାର କରିଛି ଯେ, ବାହ୍ୟ ଶକ୍ତିଙ୍କ ପାଇଁ ବିମାନ କ୍ରାସ୍ ହୋଇଛି।
ଫ୍ଲାଇଟ୍ ରାଡାର ୨୪ର ତଥ୍ୟ ଅନୁଯାୟୀ, ଅଜରବାଇଜାନ ଏୟାରଲାନ୍ସର ବିମାନଟି ଭୋର ୩ଟା ୫୫ରେ ରାଜଧାନୀ ବାକୁରୁ ଉଡାଣ ଭରିଥିଲା। ଏହାର କିଛି ସମୟ ପରେ ରାଡାରରୁ ଗାଏବ ହୋଇଯାଇଥିଲା। ପରେ ୪ଟା ୨୫ ସୁଦ୍ଧା ବିମାନର ସ୍ଥିତି ସଂକ୍ରାନ୍ତରେ ତଥ୍ୟ ମିଳିଥିଲା। କ୍ଷେପଣାସ୍ତ୍ର ମାଡ଼ ପରେ ବିମାନକୁ ଜରୁରୀ ଅବତରଣ ପାଇଁ ମଧ୍ୟ ଅନୁମତି ଦେଇନଥିଲା ରୁଷିଆ। କେବଳ ସେତିକି ନୁହେଁ ଏହାର ନେଭିଗେସନ୍ ସିଷ୍ଟମ୍କୁ ଅଚଳ କରି ସମୁଦ୍ର ଗର୍ଭରେ ଖସାଇ ଦେବାକୁ ରୁଷିଆ ଯୋଜନା କରିଥିବା ଆମେରିକା କହିଛି। ବିମାନର ପାଇଲଟ ରୁଷର ତିନୋଟି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ, କିନ୍ତୁ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଶେଷରେ ଜରୁରୀ ଅବତରଣ ବେଳେ ଏହାର କ୍ରାସ୍ ଲ୍ୟାଣ୍ଡି ହୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୬୭ଜଣ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ଥିଲେ। ଆଜରବାଇଜାନ ରାଷ୍ଟ୍ରପତି ଇଲହାମ୍ ଅଲିୟେଭ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଦେଶରେ ଜାତୀୟ ଶୋକ ଘୋଷଣା କରିଛନ୍ତି।
ବିମାନ ଦୁର୍ଘଟଣା; ଋଷ କରିଥିଲା ମିଜାଇଲ୍ ମାଡ଼!
- ଆଜରବାଇଜାନ ବିମାନ ଦୁର୍ଘଟଣା ପାଇଁ ଋଷ ଦାୟୀ!
- ଋଷିଆ କ୍ଷେପଣାସ୍ତ୍ର ମାଡ଼ ପରେ ହୋଇଥିଲା ଦୁର୍ଘଟଣା
- ବିମାନର ଜିପିଏସକୁ ମଧ୍ୟ କରାଯାଇଥିଲା ଟାମ୍ପରିଂ
- ବିମାନକୁ ଦିଗହରା କରି ସମୁଦ୍ରରେ ଖସାଇ ଦେବାକୁ ହୋଇଥିଲା ଯୋଜନା
- ବିମାନର ଜରୁରୀ ଅବତରଣ ପାଇଁ ମଧ୍ୟ ଅନୁମତି ଦେଇନଥିଲା ରୁଷିଆ
- କ୍ଷେପଣାସ୍ତ୍ର ମାଡ଼ ପରେ ବିମାନ କକ୍ପିଟ୍ରେ ଲାଗିଲା ନିଆଁ
- ସଠିକ୍ ସମୟରେ ଜରୁରୀ ଅବତରଣ ହୋଇ ନପାରିବାରୁ କ୍ରାସ୍ ଲ୍ୟାଣ୍ଡିଂ
- ଆଜରବାଇଜାନ ରାଜଧାନୀ ବାକୁରୁ ଚେଚନ୍ୟା ରାଜଧାନୀ ଗ୍ରୋଜନି ଯାଉଥିଲା
- ଅଭିଯୋଗକୁ ଖଣ୍ଡନ କରିଛି ମସ୍କୋ