କନକ ବ୍ୟୁରୋ: ଆଜି କଜାକିସ୍ତାନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ଆଜି ଔଜରବେନରୁ ରୁଷ ଯାଉଥିବେଳେ କଜାକିସ୍ତାନରେ ଦୁର୍ଘଟଣାର ଶିକାର ହୋଇଛି ଏହି ଯାତ୍ରୀବାହୀ ବିମାନ । ଆକାଶରେ ବିମାନ ନିୟନ୍ତ୍ରଣ ହରାଇ ତଳମୁହାଁ ମାଡି ଆସୁଥିଲା ସେହି ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକାଶ କରି ଚିତ୍କାର କରିଥିଲେ ସେଠାରେ ଥିବା ଲୋକମାନେ । ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ ହୋଇଥିଲା ଓ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା ।
- ବିମାନରେ ଥିଲା ଶହେରୁ ଅଧିକ ଯାତ୍ରୀ
- ୫୦ରୁ ଅଧିକ ମୃତ, ଅନେକ ଆହତ
ସୂଚନା ଅନୁସାରେ ଉଚ୍ଚ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ । ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା । କେବଳ ସେତିକି ନୁହେଁ କିଛି ସମୟଧରୀ ବିମାନବନ୍ଦର ଚାରିପଟେ ଘୁରିବୁଲଥିଲା ବିମାନ । ତେବେ ଖରାପ ପାଣିପାଗ ପାଇଁ ଅବତରଣ ପାଇଁ ଅନୁମତି ନମିଳିବାରୁ ଶେଷରେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରୁ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି । ଅଧିକାଂଶଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଋଷିଆ ଓ କଜାକିସ୍ତାନ ସରକାର ମିଳିତ ଭବେ ଉଦ୍ଧାର କାର୍ଯ୍ୟ କରିଛନ୍ତି ।
ସାମ୍ନାକୁ ଆସିଲା କଜାକିସ୍ତାନ ଦୁର୍ଘଟଣା ପଛର କାରଣ । ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍ ଟ୍ୟାଙ୍କ୍ । ବେହୋସ ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ହୋଇଥିଲା ଶିକାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/12/25/PKhtyA11XDXAhm1b1PGV.jpg)