କନକ ବ୍ୟୁରୋ: ସବୁ ଗ୍ରାମ ପଞ୍ଚାୟତରେ ଆୟୁଷମାନ ଆରୋଗ୍ୟ ମନ୍ଦିର ହେବ। ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ । ଏଠାରେ କେଉଁମାନେ ସ୍ବାସ୍ଥ୍ୟ ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ANM । ଏପରି ହେଲେ ଏସସିବି, କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାରୁ ଚାପ କମିବ । ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । SCB, କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ । ପୂର୍ବରୁ ସମସ୍ତେ ଟ୍ରିଟମେଣ୍ଟ ଆଡ଼କୁ ଯାଇଥିଲେ । ରୋଗ, ହସ୍ପିଟାଲ ମେଡିସିନ ଦେଇ ଟ୍ରିଟମେଣ୍ଟ ହେଉଥିଲା । ବର୍ତ୍ତମାନ କିନ୍ତୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର CHO ଅଫିସରଙ୍କ ଦ୍ବାରା ପ୍ରିଭେଣ୍ଟିଭ ମୋଡ ଯିବା ପାଇଁ ଚେଷ୍ଟା କରୁଛି । ଜ୍ବର ହେଲେ ବି ସବସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି । ସେଇ ଜ୍ବର ପେସେଣ୍ଟ ପୁଣି କ୍ୟାପିଟାଲ ଯାଉଛନ୍ତି । ପରେ କଟକ ବଡ଼ ମେଡିକାଲ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକରି ଚାପକିଭଳି କମିବ ସେନେଇ ସରକାର ଯୋଜନା କରୁଛନ୍ତି ।
କମ୍ୟୁନିଟି ହେଲଥ୍ ଅଫିସର ଯେଉଁମାନେ ଗ୍ରାମାଞ୍ଚଳରେ ଅଛନ୍ତି, ବିଶେଷ କରି ତାଙ୍କ ପୋଷ୍ଟିଂ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ । ବିଶେଷ କରି ତଳ ସ୍ତରର ଯେଉଁ ଅଫିସର ଅଛନ୍ତି କମ୍ୟୁନିଟି ହେଲଥ୍ ଅଫିସର ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ୬ ହଜାର ୭ ଶହ ପଞ୍ଚାୟତରେ କମ୍ୟୁନିଟି ହେଲଥ୍ ଅଫିସରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ତିନି ଜଣ ଷ୍ଟାଫ୍ ରହନ୍ତି । କମ୍ୟୁନିଟି ହେଲଥ୍ ଅଫିସର, ମଲ୍ଟି ପରପଜ୍ ହେଲଥ୍ ଅଫିସର ଆଉ ଜଣେ ଯୋଗ ଶିକ୍ଷକ । ଜୀବନ ଶୈଳୀ ଯେଭଳି ପରିବର୍ତ୍ତନ ହେଉଛି ପଞ୍ଚାୟତରେ ଯୋଗ ଶିଖାଇବେ । ଆୟୁଷମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି । ତା ସହିତ ବ୍ଲଡ ପ୍ରେସର, ଡାଇବେଟିସ ଏଇସବୁ ଯେଉଁ ମେଡିସିନ ଦିଆଯାଉଛି । ତାକୁ ନେଇ ଟ୍ରାକିଂ କରାଯାଉଛି । ଡାଟାବେସ୍ କରାଯାଉଛି । ୧୬ ପ୍ରକାର ଟେଷ୍ଟ କରାଯାଉଛି । ଲୋକଙ୍କ ପାଖରେ ଏସବୁ ପହଞ୍ଚାଇବା ପାଇଁ ଡବଲ ଇଞ୍ଜିନ ସରକାର ଜନସାଧାରଣ, କମ୍ୟୁନିଟି ହେଲଥ୍ ଅଫିସର, ସମାଜସେବୀ ତାଙ୍କୁ PP ମୋଡରେ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି । କମ୍ୟୁନିଟି ହେଲଥ୍ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି । ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ। ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ । ସରକାରଙ୍କ ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି । ବାହାର ମେଡିସିନ ସେମାନେ ଲେଖି ପାରିବେ ନାହିଁ ।