ଦୀପାବଳି ପୂର୍ବରୁ ମୋଦୀଙ୍କ ବଡ ଭେଟି । ଆୟୁଷ୍ମାନ ପାର୍ଟ-୨ର କଲେ ଶୁଭାରମ୍ଭ । ପ୍ରଥମ ଥର ଲାଭ ପାଇବେ ଓଡିଶାବାସୀ

Advertisment

ଦୀପାବଳି ପୂର୍ବରୁ ଓଡ଼ିଶା ପାଇଁ ଭଣ୍ଡାର ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟିଏ ଦିନରେ ୩ଟି ପ୍ରକଳ୍ପ ଭେଟି ଦେଇଛନ୍ତି

ଦୀପାବଳି ପୂର୍ବରୁ ଓଡ଼ିଶା ପାଇଁ ଭଣ୍ଡାର ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟିଏ ଦିନରେ ୩ଟି ପ୍ରକଳ୍ପ ଭେଟି ଦେଇଛନ୍ତି

ayushman odisha

କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ଓଡ଼ିଶା ପାଇଁ ଭଣ୍ଡାର ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟିଏ ଦିନରେ ୩ଟି ପ୍ରକଳ୍ପ ଭେଟି ଦେଇଛନ୍ତି। ବୟସ୍କଙ୍କୁ ଆୟୁଷ୍ମାନ-୨ର ଉପହାର ଦେଇ ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ। ଏପଟେ ଓଡ଼ିଶାବାସୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇବାକୁ ଆୟୁଷ୍ମାନ ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

  • ଓଡ଼ିଶାକୁ ମୋଦୀଙ୍କ ଦୀପାବଳି ଭେଟି
  • ଆୟୁଷ୍ମାନ-୨ର ହେଲା ଶୁଭାରମ୍ଭ 

ଧନତେରାସ ଅବସରରେ ଓଡ଼ିଶା ପାଇଲା ଦୀପାବଳି ବୋନସ। ପୂରା ଦେଶରେ ଆୟୁଷ୍ମାନ-୨ର ଶୁଭାରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜିଠୁ ଆୟୁଷ୍ମାନ-୨ରେ ୭୦ରୁ ଉର୍ଦ୍ଧ୍ବ ବୟସ୍କ ହିତାଧିକାରୀ ପାଇବେ ମାଗଣା ଚିକିତ୍ସା। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର କୌଣସି ବି ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବେ ବୟସ୍କ ହିତାଧିକାରୀ। ବୟସ୍କଙ୍କ ସହ କୋଟି କୋଟି ଓଡ଼ିଆ ଯେପରି ମାଗଣା ଚିକିତ୍ସା ସୁବିଧା ପାଇବେ ସେଥିପାଇଁ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଖୁବଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଡବଲ ଇଞ୍ଜିନ ସରକାରର ଯୁଗାନ୍ତକାରୀ ପଦକ୍ଷେପ ଓଡ଼ିଶାକୁ ନୂଆ ପରିଚୟ ଦେଉଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ୧୨ ହଜାର ୮୫୦ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଇଛନ୍ତି। ଯେଉଁଥିରେ ଓଡ଼ିଶାରେ .. 

  • ଜଟଣୀରେ ଯୋଗ ଓ ନେଚରପାଥି ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ
  • ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ
  • ବରଗଡରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନରେ ଜଟିଳ ରୋଗ ନିରାକରଣ କେନ୍ଦ୍ରର ଉଦଘାଟନ
  • ଗୋଠପାଟଣାରେ କେନ୍ଦ୍ରୀୟ ଡ୍ରଗସ୍ ପରୀକ୍ଷା ଗବେଷଣାଗାରର ଶୁଭ ଉଦଘାଟନ

ଏହାପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ସ୍ବଳ୍ପ ସମୟରେ ରିପୋର୍ଟ ମିଳିବ ଏବଂ ଔଷଧ ବିତରଣ ମଧ୍ୟ ବଢିବ। ଦେଶର ଔଷଧ ଆବଶ୍ୟକତା ପୂରଣ ଦିଗରେ ଓଡ଼ିଶା ସାଜିବ ଅଗ୍ରଣୀ ରାଜ୍ୟ। ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମ୍ମିଶ୍ରଣରେ ଓଡ଼ିଶା ଲୋକଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା। ସ୍ବାସ୍ଥ୍ୟ ବିଭାଗ ଏନେଇ ଖୁବଶୀଘ୍ର ମୋଡାଲିଟି ଆଣିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe