କନକବ୍ୟୁରୋ : ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ମିଶନମୋଡରେ ଚାଲିଛି କାର୍ଡ ଛପା କାର୍ଯ୍ୟ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍କାନ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଆୟୁଷ୍ମାନ ଭାରତ ସହ ଆଇଟି ଇନଟ୍ରିଗ୍ରେସନ ଚାଲିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ। ଦେଶର ୩୦ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ ।

Advertisment

ସୁଚନା ଅନୁଯାୟୀ ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ଏନେଇ ସୁଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ   ।  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ମଧ୍ୟ ହୋଇସାରିଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା  । ସେଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଥିଲା  ।

ତେବେ ଓଡିଶାରେ ଆୟୁଷ୍ମାନ ପାଇଁ ଏମଓୟୁ ସ୍ବାକ୍ଷରିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ  । ରାଜ୍ୟରେ ସାଢେ 3ଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ମନ୍ତ୍ରୀଙ୍କ କହିବା ଅନୁସାରେ, ବିରୋଧୀଦଳରେ ଥିବା ବେଳେ ଏହା ଲାଗୁ କରିବା ପାଇଁ ଦାବି କରିଥିଲୁ । ସରକାରକୁ ଆସିବା ପରେ ଆମେ ପ୍ରତିଶୃତି ପାଳନ କରିଛୁ । ଏହା ଦ୍ବାରା 1.3 କୋଟି ପରିବାରରେ ସାଢେ 3 କୋଟି ଲୋକ ଉପକୃତ ହେବେ । ଗୋପବନ୍ଧୁ ଜନଆରୋଗ୍ୟ ସହିତ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ ।ସାରା ଦେଶରେ ଯିଏ ଯେଉଁଠାରେ ରହିଥିଲେ ମଧ୍ୟ ଏହାର ସୁଯୋଗ ପାଇବେ ।

ଦେଶର 30 ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୁଚନା ଦେଇଥିଲେ ପୁର୍ବ ସରକାରଙ୍କ ସମୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ରାଜ୍ୟବାସୀଙ୍କ ପାଇଁ ଲାଗୁ କରିଥିଲେ ସରକାର ଏଥିସହ ସେ ଆହୁରି କହିଥିଲେ ସ୍ବାସ୍ଥ୍ୟ କାର୍ଡ ଲାଗୁ ହେବା ପରେ ନବେ ପ୍ରତିଶତ ଲୋକେ  ଏହି କାର୍ଡ ମାଧ୍ୟମରେ ସହାୟତା ପାଇବେ ଏହି କାର୍ଡର ଶୁଭାରମ୍ଭ ହୋଇଥିଲା ଡିସେମ୍ବର 29 2023  ମସିହାରେ ସେହି ସମୟର ସରକାରଙ୍କ ବାର୍ତ୍ତା ରହିଥିଲା 

ରାଜ୍ୟବାସୀଙ୍କ ପାଇଁ ମୋ ରାଜ୍ୟରେ କେହି ବି ସାଧାରଣ ଜନତା ଚିକିତ୍ସା ଅଭାବରୁ ବଂଚିତ ହେବେ ନାହଁ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗେଇଦେବା ମୋର  କର୍ତ୍ତ୍ୟବ କିନ୍ତୁ ବଦଳିଛି ସରକାର ଏହାପରେ ବଦଳିଥିଲା ସମସ୍ତ ନିୟମ ସେହି କାର୍ଡ ପରିବର୍ତ୍ତନ ହେବା ପରେ ସେହି କାର୍ଡ ଏବେ ଆୟୁଷ୍ମାନ କାର୍ଡ ନାମରେ ନାମିତ କରାଯାଇଛି