ଏପ୍ରିଲ ୧୧ରୁ  ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ; ପରିବାରର ସବୁ ସଦସ୍ୟଙ୍କୁ ମିଳିବ ହେଲ୍ଥ କାର୍ଡ

Advertisment

ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ  । ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ସାଢ଼େ ୩କୋଟି ଲୋକଙ୍କୁ ମିଳିବ ନୂଆ ସ୍ବାସ୍ଥ୍ୟକାର୍ଡ । ଦେଶର ୨୯ହଜାର ହସ୍ପିଟାଲରେ ପାଇବେ ଦେୟମୁକ୍ତ ଚିକିତ୍ସା ସୁବିଧା ।

ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ  । ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ସାଢ଼େ ୩କୋଟି ଲୋକଙ୍କୁ ମିଳିବ ନୂଆ ସ୍ବାସ୍ଥ୍ୟକାର୍ଡ । ଦେଶର ୨୯ହଜାର ହସ୍ପିଟାଲରେ ପାଇବେ ଦେୟମୁକ୍ତ ଚିକିତ୍ସା ସୁବିଧା ।

ଆୟୁଷ୍ମାନ୍ ଭାରତ

ଆୟୁଷ୍ମାନ୍ ଭାରତ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ : ଏପ୍ରିଲ ୧୧ରୁ ଲାଗୁ ହେବ 'ଆୟୁଷ୍ମାନ' ଭାରତ । ପ୍ରତି ସଦସ୍ୟଙ୍କୁ ମିଳିବ ଗୋଟିଏ କାର୍ଡ । ୬ ବର୍ଷ ପରେ ଓଡିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏକାଥରେ ଆଯୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ  ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ  ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ହେବ । 


ଏପ୍ରିଲ ୧୧ରୁ ଆୟୁଷ୍ମାନ ଯୋଜନା :

- ରାଜ୍ୟରେ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ
-୧ କୋଟି ୩ ଲକ୍ଷ ପରିବାରକୁ କରାଯାଇଛି ସାମିଲ
-ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ମିଳିବ
-ନୂଆ ଯୋଜନାରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ
-ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା
-ମିଳିତ ଯୋଜନାରେ ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା 
-ପୂର୍ବରୁ ଏହି ସୁବିଧା ୯ ଶହ ହସ୍ପିଟାଲରେ ମିଳୁଥିଲା
-୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ

୧୧ ତାରିଖରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା । ୧୧ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାର ଶୁଭାରମ୍ଭ କରିବେ । ରାଜ୍ୟର ସମସ୍ତ ୧୪ଶହ ୫ଟି ପିଏଚ୍‌ସିରେ ଏହାର ସିଧା ପ୍ରସାରଣ କରାଯିବ । କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ୱେ ୨୦୧୮ରୁ ଏହି ଯୋଜନାକୁ ଲାଗୁ କରୁନଥିଲେ ପୂର୍ବ ବିଜେଡି ସରକାର। ନିଜସ୍ୱ ବିଏସକେୱାଇ ଯୋଜନାକୁ ଅଧିକ ଲାଭପ୍ରଦ କହି ପ୍ରଚାର ଚଳାଇଥିଲେ। 

ବିଏସକେୱାଇର ନାଁ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ମଧ୍ୟ ଲାଗୁ ହେବ । ହିତାଧିକାରୀଙ୍କ ପାଇଁ ଇକେୱାଇସି ସହ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସଂପୂର୍ଣ୍ଣ ଦେୟମୁକ୍ତ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe