କନକ ବ୍ୟୁରୋ : ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା । କହିଲେ, ନୂଆ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ କାର୍ଡ । ଆୟୁଷ୍ମାନ ଯୋଜନାରୁ କେହି ବି ବଞ୍ଚିତ ହେବେ ନାହିଁ । କେନ୍ଦ୍ରୀୟ ଟିମ୍‌ ମଧ୍ୟ ବୁଲିକି ଯାଇଛନ୍ତି । ଏହା ସହ ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନର୍ସିଙ୍ଗ କଲେଜ ମାଧ୍ୟ ବଢ଼ାଇବାକୁ ସରକାରଙ୍କ ସଂକଳ୍ପ ରହିବ ।

Advertisment

ସେପଟେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବଡ଼ ଘୋଷଣା କରିଛନ୍ତି । କହିଛନ୍ତି, ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମା’ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ ।  ଆଜି ଫିଲ୍ଡ ରିପୋର୍ଟ ଆସିବ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।