କନକ ବ୍ୟୁରୋ : ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର । ୧.୩ କୋଟି ପରିବାରକୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ବକ୍ତବ୍ୟ ରଖିଛନ୍ତି ।
ସେ କହିଛନ୍ତି, ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ । ଆଗାମୀ ଦିନରେ ଓଡିଶାରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରହିବେ ଯୋଗ ପ୍ରଶିକ୍ଷକ । ଏହି ବୈପ୍ଳବିକ ପରିବର୍ତ୍ତନ ପାଇଁ ବହୁ ଦନ ଧରି ଅପେକ୍ଷା ରହିଥିଲା । ଆଉ ସମୟ ଏହି ପରିବର୍ତ୍ତନ ଆଣିଦେଇଛି । ବିଳମ୍ୱ ହୋଇଛି ସତ, ହେଲେ କାର୍ଯ୍ୟ ସିଦ୍ଧି ହୋଇଛି ।