ସରକାରଙ୍କ ନଜର ଆଢ଼ୁଆଳରେ ଆୟୁଷ ଡାକ୍ତର; ୮ ଦଫା ଦାବିରେ ଆନ୍ଦୋଳନ

୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ । ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି, ଡାଇନାମିକ ଷ୍ଟାଇପେଣ୍ଡ ପ୍ରଦାନ ଆଦି ଦାବିରେ ସେମାନେ ଆନ୍ଦୋଳନରେ ବସିଛନ୍ତି ।

AYUSH Doctors

AYUSH Doctors Photograph: (Kanak News)

କନକ ବ୍ୟୁରୋ : ରାଜ୍ୟରେ ଡାକ୍ତର ଅଭାବରେ ଘାଣ୍ଟି ହେଉଛନ୍ତି ଲୋକେ । ବଡ଼ ମେଡିକାଲଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସବୁଆଡ଼େ ନାହାନ୍ତି ଡାକ୍ତର । ଏପଟେ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ । ଭୁବନେଶ୍ୱର, ବ୍ରହ୍ମପୁର ଓ ପୁରୀର ହୋମିଓପାଥି ଭେଷଜ କଲେଜ ଆଗରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ହେଉନାହାନ୍ତି । ଦୁଇଦିନ ହେଲା କଲେଜ ଆଗରେ ଛାତ୍ରଛାତ୍ରା ଧାରଣା ଦେଇ ପ୍ରତିବାଦ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ସ୍କୁଲ ୟୁନିଫର୍ମ ବଣ୍ଟନରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ, ୮ ବିଇଓ ଓ ୨୩୭ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ

୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ । ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି, ଡାଇନାମିକ ଷ୍ଟାଇପେଣ୍ଡ ପ୍ରଦାନ ଆଦି ଦାବିରେ ସେମାନେ ଆନ୍ଦୋଳନରେ ବସିଛନ୍ତି । ବାରମ୍ବାର ଦାବି ପରେ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ୭ଟି ହୋମିଓପାଥି କଲେଜ ରହିଛି । କିନ୍ତୁ ଏସବୁ କଲେଜଗୁଡିକ ସବୁଦୃଷ୍ଟିରୁ ଅବହେଳିତ । ଯେଉଁ ଦଳ ସରକାରକୁ ଆସିଲେ ବି ସେମାନଙ୍କ ଦାବିକୁ ଦୃଷ୍ଟି ହେଉନାହାନ୍ତି ।

ଆୟୁଷ ଡାକ୍ତରଙ୍କ ଦାବିକୁ ସରକାର ଦୃଷ୍ଟି ଦେଉନାହାନ୍ତି । ଦାବି ପୂରଣ ନହେଲେ ଚରମ ନିଷ୍ପତ୍ତି ନେବାକୁ ଡାକ୍ତର ଚେତାବନୀ ଦେଇଛନ୍ତି । ଏବେ ଅପେକ୍ଷା ସରକାରଙ୍କ ନିଷ୍ପତ୍ତିକୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe