କନକ ବ୍ୟୁରୋ: କ୍ୟାଚ୍ ଛାଡିଲେ ରୋହିତ, ମିସ୍ ହେଲା ଅକ୍ଷର ପଟେଲ ହାଟ୍ରିକ୍ ୱିକେଟ । ଗତକାଲି ବାଲାଦେଶ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଛି । ଦଳ ୬ ୱିକେଟରେ ବିଜୟ ହାସଲ କରିବା ସହ ଚାମ୍ପିୟନ୍ସ ଟ୍ରଫିରେ ଅଭିଯାନ ଆରମ୍ଭ କରିଛି । କିନ୍ତୁ ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଏକ ସହଜ କ୍ୟାଚ ଛାଡିଥିଲେ । ଯେଉଁଥିପାଇଁ ଅକ୍ଷର ପଟେଲଙ୍କ ହାଟ୍ରିକ ୱିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ କ୍ରିକେଟ ପ୍ରେମୀ ରୋହିତଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରୁଛନ୍ତି । 

Advertisment

ବାଂଲାଦେଶ ବ୍ୟାଟିଂ କରୁଥିବା ବେଳେ ୯ ଓଭରରେ ଦୁଇଟି ୱିକେଟ ନେବା ନରେ ହ୍ରାଟିକ୍ ୱିକେଟ ପାଇଁ ଅକ୍ଷର ବଲ ପକାଇଥିଲେ । ଆଉ ବ୍ୟାଟିଂ କରୁଥିବା ବାଂଲାଦେଶର ଜାକର ଅଲ୍ଲୀ କୌଣସି ରନ କରିନଥିଲେ । ସ୍ଲିପରେ ଜଗିଥିବା ରୋହିତ ପୁରା ସହଜ କ୍ୟାଚ ହାତଛଡା କରିଥିଲେ। ଅକ୍ଷର ପଟେଲ ସହଜ କ୍ୟାଚ ଦେଖି ସେଲିବ୍ରେସନ କରିବାକୁ ଯିବା ପୂର୍ବରୁ କ୍ୟାଚ ଖସାଇଦେଇଥିଲେ ରୋହିତ । ମଜା କଥା ହେଉଛି କାରଣ ଭାରତ ବ୍ୟାଟିଂ କରୁଥିବା ବେଳେ  ଲୋକେଶ ରାହୁଲଙ୍କ ଏକ ସହଜ ମିସ କରିଥିଲେ ଜାକର ଅଲ୍ଲୀ । ଯାହାକୁ ନେଇ ସୋସିଆଲ ମିଡିଆରେ ମେମ୍ସ ଭାଇରାଲ ହେଉଛି ।