ଗଞ୍ଜେଇ ଯାଉଥିବା ବାଇକକୁ ଧରିଲେ, ମାଫିଆଙ୍କୁ ଛାଡ଼ିଦେଲେ ; ସୋନପୁର ପୁଲିସର ଅଜବ ନୀତି

ସୋନପୁର ପୁଲିସର ଗଞ୍ଜେଇ ଲିଙ୍କକୁ ନେଇ ଚର୍ଚ୍ଚା ।  ଦୁର୍ଘଟଣାଗ୍ରସ୍ତ ବାଇକରୁ ଗଞ୍ଜେଇ ଜବତ, ହେଲେ ମାଫିଆକୁ ମାଫ । ସୋସିଆଲ ମିଡିଆରେ ଖବର ପ୍ରଚାର ପରେ ରୁଜୁ କଲା ମାମଲା । ଘଟଣାରେ ଏତଲାକୁ ଦର୍ଶାଗଲା ଭିନ୍ନ ତାରିଖ । ଗୋଟିଏ ବ୍ୟାଗ୍ ଗଞ୍ଜେଇ ବି ଗାଏବ । 

Screen Shot 2025-09-14 at 3.17.15 PM

କନକ ବ୍ୟୁରୋ: ସୋନପୁର ପୁଲିସର ଅଜବ ନୀତି । ଗଞ୍ଜେଇ ଚାଲାଣକାରୀଙ୍କ ପ୍ରତି ପ୍ରବଳ ଦରଦ । ଗଞ୍ଜେଇ ଜବତ ପରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ ନକରି ଛାଡ଼ିଦେଲା । ଦୁଇ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ କରିଥିଲା ପୁଲିସ । କିନ୍ତୁ ଏଫଆଇଆରର ଗୋଟିଏ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ ହୋଇଥିବା ଉଲ୍ଲେଖ ରହିଛି । ଗଞ୍ଜେଇ ମାଫିଆଙ୍କ ପ୍ରତି ସୋନପୁର ପୁଲିସର ଏପରି ଅନୁକମ୍ପାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । 

ସୂଚନା ଅନୁସାରେ, ଗତ ୯ତାରିଖରେ ସୋନପୁର ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବାଇକ ଚାଳକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ଅନ୍ୟ ଜଣେ ଯୁବକ ଚମ୍ପଟ ମାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍ ଓ ବାଇକକୁ ଜବତ କରିଥିଲା, ହେଲେ ଗଞ୍ଜେଇ ଚାଲାଣକାରୀଙ୍କୁ ଛାଡ଼ି ଦେଇଥିଲା  । ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ପୁଲିସ ୧୧ ତାରିଖରେ ମାମଲା ରୁଜୁ କରିଛି । ହେଲେ ଗଞ୍ଜେଇ ଚାଲାଣ କରୁଥିବା ଯୁବକ ଏବେ କେଉଁଠି ତାହା ସୋନପୁର ଏସପିଙ୍କୁ ମଧ୍ୟ ଜଣାନାହିଁ । ୯ ତାରିଖ ପୂର୍ବାହ୍ନର ଘଟଣାକୁ ୧୧ ତାରିଖ ସନ୍ଧ୍ୟାର ଘଟଣା ବୋଲି ଏଫଆଇଆରରେ ଦର୍ଶାଯାଇଛି। ଘଟଣାସ୍ଥଳରୁ ୨ଟି ବ୍ୟାଗ୍ ମିଳିଥିବା ବେଳେ ପୁଲିସ ଏଫଆଇଆରରେ ଗୋଟିଏ ବ୍ୟାଗ ଥିବା ଦର୍ଶାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ଗଞ୍ଜେଇ ମାଫିଆ କେଉଁଠି ଏବଂ ଅନ୍ୟ ବ୍ୟାଗର ଗଞ୍ଜେଇ  ଗଲା କୁଆଡ଼େ?  

 

 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe