କନକ ବ୍ୟୁରୋ: ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ । କହିଲେ , ଯୋଜନାକୁ ନେଇ ଆହୁରି ଅଧିକ ସଚେତନ କରାଯିବ । ବିଲ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍ଲେଟ ଓ ପାମ୍ପଲେଟ ବଣ୍ଟାଯିବ ପାଇଁ କୁହାଯାଇଛି । ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନି ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି , ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗେସ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି , ଏଣିକି ପ୍ରତି ମାସ ରେ ରିଭ୍ୟୁ କରାଯିବ । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନିଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ସୂର୍ଯ୍ୟ ଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆ ଯାଇ ପାରିଛି । ତେଣୁ ନିଷ୍ପତ୍ତି ହୋଇଛି ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/14/ds-2025-08-14-15-58-11.jpg)