କନକ ବ୍ୟୁରୋ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଟକ ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ଏନ୍.ଡି.ଆର.ଏଫ୍. ମୁଣ୍ଡଳୀଠାରେ ଏଚ.ଆଇ.ଭି. / ଏଡସ୍, ଯୌନରୋଗ, ହେପାଟାଇଟିସ୍ ବି, ସି ଏବଂ ଯକ୍ଷ୍ମା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଡ. ପ୍ରଶାନ୍ତ କୁମାର ହୋତା ଏବଂ ଏନ୍.ଡି.ଆର.ଏଫ. ମୁଣ୍ଡଳୀ ମୁଖ୍ୟ ଶ୍ରୀଯୁକ୍ତ ନଗେନ୍ଦ୍ର ଶର୍ମା ମୁଖ୍ୟ କମାଣ୍ଡାଟ୍ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର ଅଶୋକ କୁମାର ଦାସ, ଜିଲ୍ଲା ଯକ୍ଷ୍ମା ଏବଂ ଏଡସ୍ ନିୟନ୍ତ୍ରଣ ଅଧିକାରୀ, ଏନ୍.ଡି.ଆର.ଏଫ.ର ଡକ୍ଟର ନିରଜ କୁମାର କମାଣ୍ଡାଣ୍ଟ୍, ଡକ୍ଟର ଲିଟନ ବିଶ୍ଵାସ କମାଣ୍ଡାଣ୍ଟ୍ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିପିସି ବିଦ୍ୟୁତ୍ ପ୍ରଭା ରାୟ, ଜିଲ୍ଲା ଆଇ.ସି.ଟି.ସି. ସୁପରଭାଇଜର୍ ଅଞ୍ଜଳୀ ଦାସ ଏବଂ କାଉନସେଲର୍ ଏଲ୍.ଟି., ଏସ୍.ଟି.ଏସ୍ ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଦେବବ୍ରତ ମହାପାତ୍ର ପରିଚାଳନା କରିଥିଲେ । ଡକ୍ଟର ପ୍ରଶାନ୍ତ କୁମାର ହୋତା, ଭେକ୍ଟର ବାହୀତ ରୋଗର ସମସ୍ତ କାରଣ ଏବଂ ନିରାକରଣ ଉପରେ ଆଲୋକପାତ କରିଥିଲେ । ସେ ସମସ୍ତ ଏନ୍.ଡି.ଆର.ଏଫ. ଯୋଦ୍ଧାମାନଙ୍କର ସ୍ଵାସ୍ଥ୍ୟ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ।
ଆଇ.ସି.ଟି.ସି ସୁପରଭାଇଜର ଅଞ୍ଜଳୀ ଦାସ ଏଚ.ଆଇ.ଭି ଏଡ୍ସ କିପରି ବ୍ୟାପେ ତଥା ବ୍ୟାପେନାହିଁ ସେ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଡକ୍ଟର ଅଶୋକ କୁମାର ଦାସ “ ଟିବି ହାରେଗା, ଦେଶ୍ ଜୀତେଗା” ବିଷୟରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏନ୍.ଡି.ଆର.ଏଫ. ମୁଖ୍ୟ କମାଣ୍ଡାଣ୍ଟ୍ ନଗେନ୍ଦ୍ର ଶର୍ମା ଏପ୍ରକାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସେ ଏନ୍.ଡି.ଆର.ଏଫ୍. ସୈନ୍ୟମାନଙ୍କର ଅଦମ୍ୟ ସାହସ ଏବଂ ସୁନ୍ଦର ସ୍ଵାସ୍ଥ୍ୟରକ୍ଷା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏନ୍.ଡି.ଆର.ଏଫ. ପରିସର ଭିତର ପରିମଳ ବ୍ୟବସ୍ଥା ପାଇଁ ଜିଲ୍ଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଚେତନତା ସଭାପରେ ପ୍ରଥମ ପର୍ଯ୍ୟାୟରେ ୧୭୨ ଜଣଙ୍କର ଏଚ.ଆଇ.ଭି., ସିଫିଲିସ୍, ହେପାଟାଇଟିସ୍-ବି/ସି ଏବଂ ଯକ୍ଷ୍ମାପାଇଁ ପରୀକ୍ଷା କରାଯାଇଥିଲା ।