କନକ ବ୍ୟୁରୋ: ପୁରୁଣା ଓ ଦଦରା ନିର୍ମାଣର ଯାଞ୍ଚ କରିବ ପୌର ପାଳିକା । ବିପଦ ଅବସ୍ଥାରେ ଥିବା କୋଠା ହେଉ କି ଷ୍ଟଲ ସବୁ ଭଙ୍ଗାଯିବ । କୋରାପୁଟରେ ଦୋକାନ ଘର ଭୁଶୁଡ଼ି ଜଣଙ୍କର ମୃତ୍ୟୁ ପରେ ତତ୍ପର ହୋଇଛି କୋରାପୁଟ ପ୍ରଶାସନ । କୋରାପୁଟରେ ବହୁ ପୁରାତନ କୋଠା ଓ ଦୋକାନ ଘର ରହିଛି । କିଛି ପୌର ପରିଷଦ ଅଧିନରେ, ଆଉ କିଛି କ୍ରିଟ୍ ଅଧିନରେ । ବସ୍ଷ୍ଟାଣ୍ଡଠାରୁ ଦୋକାନ ଘର ପର୍ଯ୍ୟନ୍ତ ସବୁ କିଛି ଏଠି ଦଦରା । କେତେବେଳେ ଯେ ଖସି ପଡ଼ିବ ଆଉ ଏକ ବିପଦକୁ ଡାକି ଆଣିବ ତା କହିହେବନି । ଶନିବାରର ଅଘଟଣ ଚେତେଇ ଦେଇଛି । ୨ ମହଲା ଦୋକାନ ତଳେ ଚାପି ହୋଇଗଲେ ଦୋକାନୀ । ସେହି ଦୋକାନକୁ ଲାଗି ଅନେକ ଦୋକାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏନେଇ ଦୋକାନୀମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ପୌରାଧ୍ୟକ୍ଷ କହିଛନ୍ତି ବିପଦ ସଙ୍କୁଳ ଦୋକାନକୁ ଖାଲି କରାଯିବ । ସେପଟେ ଉପଜିଲ୍ଲାପାଳ ଓ କୋରାପୁଟ ଏସପି କହିଛନ୍ତି ଅତିଶୀଘ୍ର ବୈଠକ ଡାକି ଆଲୋଚନା କରାଯିବ ।
ଛାତ ଭୁଶୁଡ଼ିବା ପରେ ଚେତା ପଶିଲା, ବିପଦପୂର୍ଣ୍ଣ ଅବସ୍ଥାରେ ଥିବା କୋଠାକୁ ଭାଙ୍ଗିବ କୋରାପୁଟ ପ୍ରଶାସନ
ଏନେଇ ଦୋକାନୀମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ପୌରାଧ୍ୟକ୍ଷ କହିଛନ୍ତି ବିପଦ ସଙ୍କୁଳ ଦୋକାନକୁ ଖାଲି କରାଯିବ । ସେପଟେ ଉପଜିଲ୍ଲାପାଳ ଓ କୋରାପୁଟ ଏସପି କହିଛନ୍ତି ଅତିଶୀଘ୍ର ବୈଠକ ଡାକି ଆଲୋଚନା କରାଯିବ ।
/kanak/media/media_files/2025/09/14/8-2025-09-14-18-42-48.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)