ସାଧାରଣତନ୍ତ୍ର ଦିବସ ପାଇଁ ଘୋଷଣା ହେଲା ପୁରସ୍କାର : ଓଡ଼ିଶାରୁ ୩ ଓଡିଆଙ୍କୁ ପଦ୍ମ ପୁରସ୍କାର !

Advertisment

ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା  । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ

ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା  । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ

1

Photograph: (KANAKNEWS)

କନକ ବ୍ୟୁରୋ  : ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି । ରାଷ୍ଟ୍ରପତି ନିଜେ ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିବେ। ସେମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ। ଏହି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଦିଆଯିବ ।

ତେବେ ଓଡ଼ିଶାରୁ ୩ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ସୂଚନା ଅନୁସାରେ, ରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର ଏବଂ ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମଙ୍କୁ ମିଳିବ ପଦ୍ମଶ୍ରୀ ।  ସେହିପରି ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା  । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ । ସେଭିତିତରୁ ୧୨୫ଜଣଙ୍କୁ ସାହସକିତା ପୁରସ୍କାର, ୧୦୧ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଓ ୭୫୬ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ମେଡାଲ ପ୍ରଦାନ କରାଯିବ ।

ରାଜ୍ୟର ମୋଟ ୧୭ ଜଣଙ୍କୁ ବିଭିନ୍ନ ପୋଲିସ ମେଡାଲ ମିଳିବ ବୋଲି ଘୋଷଣା ହୋଇଛି  ।  ସେ ଭିତରୁ ୪ଜଣଙ୍କୁ ସାହସିକତା ପାଇଁ ପଦକ, ୨ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଓ ଅନ୍ୟ ୧୧ଜଣଙ୍କୁ ଉତ୍ସର୍ଗୀକୃତ ସେବା ପଦକ ପ୍ରଦାନ କରାଯିବ । ଏଡିଜି ପ୍ରତୀକ ମହାନ୍ତି ଓ ଡିସିପି ପ୍ରଫୁଲ୍ଲ କୁମାର ସିଂ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ମିଳିବ ।

ଅଧିକ ପଢନ୍ତୁ : ପୁଣି ବଢ଼ିଲା ସୁନା ଦର, ରୁପା ଦର ୪୦ହଜାରକୁ ବୃଦ୍ଧି : ମାଲାମାଲ ନିବେଶକ

ସେହିପରି ଡିଏସପି ଅତୁଲକୃଷ୍ଣ ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , କନେଷ୍ଟବଳ ଘନଶ୍ୟାମ ସାହୁ ଓ କନେଷ୍ଟବଳ ଥବୀର ମାଝୀଙ୍କୁ ମିଳିବ ସାହସିକତା ପୁରସ୍କାର । କ୍ରାଇମ୍ ବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ହରି ପ୍ରସାଦ ତାମଙ୍ଗ, ଅତିରିକ୍ତ ଏସପି ଶୁଭ୍ ନାରାୟଣ ମୁଦୁଲି , ଡିଏସପି ପ୍ରଦୀପ କୁମାର ଆଇଣ୍ଡ,ଡିଏସପି ପ୍ରଣତି ରାୟ , କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ଇନ୍ସପେକ୍ଟର ଅରୁଣ କୁମାର ନାୟକ, ଇନ୍ସପେକ୍ଟର ମହମ୍ମଦ ହାଫିଜ୍, ହାବିଲଦାର ଲତା ନାୟକ ହାବିଲଦାର, ଏଏସଆଇ ନିଗମା ନନ୍ଦ ମହାପାତ୍ର, ଇନ୍ସପେକ୍ଚର ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କୁ ଉତ୍ସର୍ଗୀକୃତ ସେବା ପଦକ ପ୍ରଦାନ କରାଯିବ ।

ଓଡ଼ିଶାର ୧୭ଜଣଙ୍କୁ ମିଳିବ ପୁଲିସ ସେବା ପଦକ 
ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପାଇବେ ୨ଜଣ
୧୧ଜଣଙ୍କୁ ପ୍ରଶଂସନୀୟ ସେବା ପୁରସ୍କାର
୪ ଜଣଙ୍କୁ ମିଳିବ ସାହସିକତା ସମ୍ମାନ
ଅଗ୍ନିଶମ ବିଭାଗର ୪ଜଣଙ୍କୁ ମିଳିବ ପୁରସ୍କାର
ଜଣଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ସମ୍ମାନ
ତିନିଜଣ ପାଇବେ ପ୍ରଶଂସନୀୟ ସେବା ସମ୍ମାନ
ଜଣେ ହୋମଗାର୍ଡଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପୁରସ୍କାର
୨ଜଣ ହୋମଗାର୍ଡ ପାଇବେ ପ୍ରଶଂସନୀୟ ସେବା ସମ୍ମାନ
ସଂସ୍କାରମୂଳକ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ସମ୍ମାନ
ସଂସ୍କାରମୂଳକ ସେବା କ୍ଷେତ୍ରରେ ଜଣଙ୍କୁ ପ୍ରଶଂସନୀୟ ସେବା ସମ୍ମାନ


 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe