କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ସଫଳତା ପରେ ପ୍ରଥମ ଥର ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିକାନେର ଏୟାରବେସ୍ରେ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ପରେ ସେଠାରୁ କରଣୀ ମାତା ମନ୍ଦିରରେ ପହଞ୍ଚି ଶକ୍ତି ପୂଜା କରିଛନ୍ତି । ମୋଦୀ ଏହି ଅବସରରେ ୧୦୩ ଅମୃତ ଭାରତ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି ।
ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଦେଶରେ ୧୩ଶହରୁ ଅଧିକ ଷ୍ଟେସନ୍ର ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିକଶିତ ହୋଇଥିବା ୧୦୩ ଅମୃତ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି ମୋଦୀ । ଏଥିରେ ବିକାନେର ଦେଶନୋକ ରେଳ ଷ୍ଟେସନ୍ ରହିଛି । ଆଉ ଏଠାରୁ ଭର୍ଚୁଆଲ ଭାବେ ରେଳ ଷ୍ଟେସନ୍ ଗୁଡିକର ଉଦ୍ଘାଟନ କରିଛନ୍ତି ମୋଦୀ ।